ମୁଖ୍ୟ ଖବର ଜବରଦଖଲ ଉଚ୍ଛେଦ ବେଳେ କାଳିସୀ ମାତିଲେ – ଫେରି ଆସିଲା ପ୍ରଶାସନ Angul OnlineAugust 24, 2022August 24, 2022 ଅନୁଗୁଳ – ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି ହଟହଟା ହେବାକୁ ପଡିଥିଲା । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଧିନସ୍ଥ କାଣ୍ଡସର ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗ୍ରାମର ପ୍ଲଟ ନମ୍ବର ୬୨୫୩କୁ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କ୍ରୟ କରିଥିଲେ । ଏହି ଜାଗାକୁ ଲାଗି ଜାତୀୟ ରାଜପଥ ଓ ପଞ୍ଚାୟତ ରାସ୍ତା ଅଛି । କିନ୍ତୁ ଯାହାକୁ କିଛି ଲୋକ ଅବରୋଧ କରି ରଖିଥିବା ଦର୍ଶାଇ ସେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । ସେହି ଜାଗାରେ ପଞ୍ଚାୟତ ରାସ୍ତାକୁ ଲାଗି ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବା ଦର୍ଶାଇ ଏହାକୁ ସମସ୍ତ ପଞ୍ଚାୟତ ବାସୀ ବିରୋଧ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ଆଜି ବଅଁରପାଳ ତହସିଲଦାର ଓ ଅଡିସିନାଲ ତହସିଲଦାର ,ଅନୁଗୁଳ ଏସଡ଼ିପିଓ , ନାଲକୋ ଥାନା ଅଧିକାରୀ , ସଦର ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ଆସି ଉକ୍ତ ମଙ୍ଗଳା ମନ୍ଦିର ଓ ଭୋଗ ଘରକୁ ଉଛେଦ କରିବେ ବୋଲି ଆସିଥିଲେ । କିନ୍ତୁ ଏହି ଉଚ୍ଛେଦ ବେଳେ କିଛି ଭକ୍ତ ଅଭିନବ ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା । ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ପୁରୁଷ ଓ ଦୁଇଜଣ ମହିଳା କାଳିସୀ ମାତିଥିଲେ । ଢୋଲ ଓ ଘଣ୍ଟ ବଜାଇ ଏଭଳି କାଳିସୀ ମାତିବା ସହ ଶତାଧିକ ଅଞ୍ଚଳବାସୀ ବିରୋଧ କରିବାରୁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ୧୫ ଦିନର ମହଲତ ଦେବା ସହିତ ଉଛେଦ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । Advertisement
ତେଜୁଛି କୋଲ ୱାସେରୀ ବିବାଦ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ…
ନିଶାଗ୍ରସ୍ତ ଚାଳକର ବେପରୁଆ ଗାଡି ଚାଳନା – ଦୁଇ ଶିଶୁଙ୍କ ସମେତ ତିନି ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ଚାପିଦେଲା । ଫଳରେ ଜଣେ ବୃଦ୍ଧାଙ୍କ…
୨୪ରେ ପୌର ନିର୍ବାଚନ , ମାର୍ଚ୍ଚ ୨ରୁ ନାମାଙ୍କନ ଭୁବନେଶ୍ୱର – ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ ।…