ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ । ପୁରୁଣା ପ୍ରେମିକକୁ ବିବାହ କରିବାକୁ ଜିଦ ଧରିଲା ନୁଆଁ ବୋହୂ । ଚତୁର୍ଥୀ ପୂର୍ବରୁ ନବ ବିବାହିତ ଦମ୍ପତି ହେଲେ ଥାନାର ଦ୍ୱାରସ୍ଥ l ଥାନାରେ ହଟହଟା ହେଲେ ଉଭୟ ପରିବାର । ଆପୋସ ସମାଧାନ ପାଇଁ ଉଭୟ ପକ୍ଷ ଥାନାରେ କଲେ ଗୁହାରି l
ବଡ଼ ଭଉଣୀକୁ ବିବାହ କରିବା ପରିବର୍ତ୍ତେ ସାନ ଭଉଣୀକୁ ବିବାହ କରିଥିଲେ ଯୁବକ, ଝିଅ ବିବାହ ନ କଲେ, ଆତ୍ମହତ୍ୟା କରିବା ନେଇ ଧମକ ଦେଇଥିଲେ ଝିଅର ବାପା ମା, ଭୟଭୀତ ହୋଇ ନିଜ ଅନିଚ୍ଛା ସତ୍ୱେ ବଡ଼ ଭଉଣୀର ବିବାହ ଲାଗି ଠିକ ହୋଇଥିବା ଯୁବକ ସହିତ ମନ୍ଦିରରେ କରିଥିଲେ ବିବାହ l ଆଉ ବିବାହ ପରେ ପୂର୍ବ ପ୍ରେମିକ ସହ ଘର ସଂସାର କରିବାକୁ ଜିଦ ଧରିଲା ନୂଆଁ ବୋହୂ l
ଘଟଣାଟି ହେଉଛି ତାଳଚେର ଥାନା ଅନ୍ତର୍ଗତ ତାଳଚେର ଟାଉନ ବଡ ଦାଣ୍ଡ ସାହି ୧ ନମ୍ବର ୱାର୍ଡ ବାସିନ୍ଦା ଟିକନ ବେହେରାଙ୍କର ଗତ ୧୮/୦୨/୨୫ ଦିନ ବଅଂରପାଳ ବ୍ଲକ ତୁଳସୀପାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବୈଦିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ମନ୍ଦିରରେ ବିବାହ କରିଥିଲେ । ତେବେ ବିବାହର ଠିକ ୩ ଦିନ ପରେ ଅର୍ଥାତ ଚତୁର୍ଥୀ ଥିବା ବେଳେ ହଠାତ ନୂଆଁ ବୋହୁ ହୋଇ ଆସିଥିବା ଯୁବତୀ ଜଣଙ୍କ ନିଜର ପୁରୁଣା ପ୍ରେମିକ ଶିବୁ ଦେହୁରୀକୁ ବିବାହ କରିବାକୁ ଜିଦ ଧରିଥିଲେ । ତାଙ୍କ ଇଛା ଅନୁସାରେ ଏହି ବିବାହ ହୋଇ ନାହିଁ ତାଙ୍କୁ ତାଙ୍କ ବାପା ମା ଜୋରଜବରଦସ୍ତ ଭାବେ ଟିକନଙ୍କ ସହିତ ବିବାହ କରାଇଛନ୍ତି ବୋଲି କହିଥିଲେ l ଏହି ବିବାହରେ ସେ ଖୁସି ନାହାନ୍ତି ଓ ସେ କଦାପି ଟିକନଙ୍କ ସହିତ ବୈବାହିକ ଜୀବନ ଗଢ଼ି ପାରିବେ ନାହିଁ ଓ ତାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଶିବୁଙ୍କ ସହିତ ବିବାହ କରେଇ ଦିଆଯାଉ ବୋଲି ରୋକଠୋକ ଭାବେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ ଶୁଣାଇ ଦେଇଥିଲେ l ଯାହାଫଳରେ ନୁଆଁ କରି ବିବାହ କରିଥିବା ଟିକନ ନିଜ ସ୍ତ୍ରୀଙ୍କ ମୁଁହରୁ ସବୁ କଥା ଶୁଣି ସଙ୍ଗେ ସଙ୍ଗେ ଯୁବତୀଙ୍କ ଘର ଲୋକଙ୍କୁ ଖବର ଦେଈଥିଲେ । ପରିସ୍ଥିତି ଏଭଳି ହେଲା ଯେ ବାଧ୍ୟ ହୋଇ ଉଭୟ ପରିବାର ଯାଇ ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲେ l ତେବେ ଥାନାରେ ମଧ୍ୟ ଯୁବତୀ ଜଣଙ୍କ ଉକ୍ତ ବାହାଘରରେ ସନ୍ତୁଷ୍ଟ ନାହାନ୍ତି ସେ ତାଙ୍କ ପୁରୁଣା ପ୍ରେମିକ ଶିବୁ ଦେହୁରୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ଏବଂ ଶିବୁଙ୍କ ସହିତ ସେ ବିବାହ କରିବାକୁ ଜିଦ ଧରିଥିଲେ । ଯାହାଫଳରେ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସମାଧାନର ଦିଗ ନ ବାହାରି ପାରିବାରୁ ଟିକନ ଓ ତାଙ୍କ ପରିବାର ଯୁବତୀଙ୍କ ଜିଦ ଆଗରେ ମୁଣ୍ଡ ନୂଆଇଁବାକୁ ବାଧ୍ୟ ହୋଇଥିଲେ l ଯାହାଫଳରେ ଯୁବତୀ ଜଣଙ୍କ ଉଭୟ ପରିବାର, ମୁରବି, ସାହି ପଡିଶା ଓ ତାଳଚେର ପୁଲିସର ଉପସ୍ଥିତରେ ନିଜେ ଏକ ଚୁକ୍ତିନାମା ଲେଖି ଦେଈ ତାଙ୍କ ପୁରୁଣା ପ୍ରେମିକ ଶିବୁ ଦେହୁରୀଙ୍କ ପାଖକୁ ଚାଲି ଯାଇଛନ୍ତି l ସେପଟେ ଏ ଘଟଣାକୁ ନେଇ ତାଳଚେର ଅଞ୍ଚଳରେ ଏକ ଆଲୋଚନାର ବିଷୟ ପାଲଟି ଯାଇଛି l