ମୁଖ୍ୟ ଖବର ଦୁର୍ନୀତିଗ୍ରସ୍ତଙ୍କ ଡେପୁଟି କଲେକ୍ଟରଙ୍କୁ ୫ଟି ଛାଟ – ବାଧ୍ୟତାମୂଳକ ଅବସର ପାଇଁ ନିର୍ଦେଶ Angul OnlineOctober 5, 2021October 5, 2021 ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍ସ କରାଯାଇଛି । ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । Advertisement
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା ଅନୁଗୁଳ – ଅନୁଗୁଳ ଜିଲ୍ଲା କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା । ଗତ ୧୭ ତାରିଖଠାରୁ ୨୪…
ଗଞ୍ଜା ଲଢେଇ କରି ତିନି ଗିରଫ ଅନୁଗୁଳ – ଗଞ୍ଜା ଲଢେଇ ବେଳେ ପୁଲିସ ଚଢାଉ କରି ଗଞ୍ଜା ଓ ବୋଦା ଓ ବାଜିରେ ଲାଗିଥିବା ଟଙ୍କା ଜବତ କରିବା ସହ ତିନି ଜନଙ୍କଉ…