ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ

ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ

ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍‌’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି । ଏଠାରେ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କରିବା ପାଇଁ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ସେଥିପାଇଁ ଅନୁଗୋଳ କଲେଜକୁ ଶିକ୍ଷା ବିଭାଗ ଅନୁମତି ଦେଇ ସାରିଥିବା ବେଳେ ଖୁବ୍‌ଶୀଘ୍ର ଏହି ନୂତନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ । ସୂଚନା ଅନୁସାରେ , ପୂରା ପାଠ୍ୟକ୍ରମ ପାଞ୍ଚ ବର୍ଷିଆ ହେବ । ଯୁକ୍ତ ଦୁଇ ପାସ୍‌ ପରେ କୌଣସି ବିଦ୍ୟାର୍ଥୀ ଯଦି ଚାହିଁବେ ଆଇନ୍‌ ସ୍ନାତକୋତ୍ତର ହାସଲ କରିବା ପାଇଁ ତେବେ ଏହି ବିଷୟରେ ନାମ ଲେଖାଇ ପାରିବେ । ୨୦୨୩-୨୪ଶିକ୍ଷା ବର୍ଷରୁ କଲେଜରେ ନାମଲେଖା ପାଇଁ ଶିକ୍ଷା ବିଭାଗ କଲେଜକୁ ଅନୁମତି ଦେଇ ସାରିଥିବା ବେଳେ ଏହି ପାଠ୍ୟକ୍ରମରେ ସର୍ବାଧିକ ୬୪ଜଣଙ୍କ ନାମଲେଖା ପାଇଁ ଅନୁମତି ଦିଆଯାଇଛି । ଏହି ପାଠ୍ୟକ୍ରମ ସେଲ୍‌ଫ ଫାଇନାନ୍ସସିଂ ମୋଡ୍‌ରେ ହେବାକୁ ନିଷ୍ପତ୍ତି ହୋଇଛି । କେବଳ ଆଇନ୍‌ ପାଠ୍ୟକ୍ରମ ନୁହେଁ, ତା’ ସହିତ ଅନ୍ୟ ତିନୋଟି ପିଜି ବିଭାଗ ଖୋଲିବାକୁ ବି ସରକାରୀ ମଞ୍ଜୁରୀ ମିଳିଛି । ବିଏସ୍‌ସି(ଆଇଟି) ପାଠ୍ୟକ୍ରମ ପାଇଁ ଏଥର ଅନୁମତି ମିଳିଥିବା ବେଳେ ଏମ୍‌ସିଏ, ଏଗ୍ରିକଲ୍‌ଚର ଏମ୍‌ବିଏ ବିଭାଗ ବି ଖୋଲିବାକୁ ଯାଉଛି । ଲ’ ବିଭାଗରେ ୬୪ଟି ସିଟ୍‌କୁ ଅନୁମୋଦନ ମିଳିଥିବା ବେଳେ ଅନ୍ୟ ତିନୋଟି ପିଜି ପାଇଁ ୯୬ଟି ଲେଖାଏ ସିଟ୍‌ର ବ୍ୟବସ୍ଥା ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
18
+1
1
+1
0

Leave a Reply