ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ

ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ

ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ସଦର ଥାନା ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳର ବଂଶୀଧର ଦେହୁରି ନାମକ ଜଣେ ଶିକ୍ଷକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ , ଚାରି ବର୍ଷ ପୂର୍ବରୁ ନିଜସ୍ୱ ଅସୁବିଧା ଥିବା କାରଣରୁ ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲାଙ୍କ ଠାରୁ ୩ ପ୍ରତିଶତ ସୁଧରେ ୫ ଲକ୍ଷ ଟଙ୍କା ଧାର ଆଣିଥିଲେ । ଏହା ଭିତରେ ସେ ୨୫ ଲକ୍ଷ ଟଙ୍କା ସୁଶୀଲଙ୍କୁ ଫେରାଇ ସାରିଲେଣି । ଯେଉଁ ମାସରେ ସୁଧ ଦେଇ ପାରୁ ନଥିଲେ ସେ ମାସରେ ସୁଧକୁ ମୂଳଧନ ସହ ମିଶାଇ ଦେଉଥିଲେ । ଅତ୍ୟଧିକ ମାନସିକ ଚପରେ ପଡିବା ପରେ ସେ ଅନୁଗୁଳର ଶ୍ରୀ ଲାଲ ମୋହନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ଆଣି ସୁଶୀଲଙ୍କ ଟଙ୍କା ସୁଝିବା ପାଇଁ ଆଣିଥିଲେ । ତାଙ୍କ ଅଭିଯୋଗରେ ବଂଶୀଧର ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ମାସରେ ସେ ପାଖାପାଖି ୪୦ ହଜାର ଟଙ୍କା ସୁଧ ଦେଉଥିଲେ । ସୁଧ ଯେଉଁ ମାସରେ ଦେଉ ନଥିଲେ ତାହା ମୂଳ ଟଙ୍କା ସହ ମିଶାଇବା ସହ ୧୫ ଲକ୍ଷ ୮୦ହଜାର ଟଙ୍କା ମୂଳ ନେବା ପାଇଁ ଚୁକ୍ତିବୋଧ କାଗଜ  ଦସ୍ତଖତ କରାଇ ନେଇଛନ୍ତି । ସେ ୧୨ ତାରିଖରେ ଥାନାରେ କରିଥିବା ଅଭିଯୋଗରେ ଆହୁରି ମଧ୍ୟ ଲେଖିଛନ୍ତି ଯେ , ସେ ସ୍କୁଲରେ ପାଠ ପଢାଉଥିବା ବେଳେ ଲାଲ ମୋହନ ଓ ମନୋଜ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଏପରିକି ତାଙ୍କ ଫୋନରୁ ତାଙ୍କ ଝିଅ ପାଖକୁ ଫୋନ କରି ବାପାଙ୍କୁ ଉଠାଇ ନିଆଯାଇଛି , ଟଙ୍କା ଆଣି ଆସିଲେ ଛଡାଯିବ ବୋଲି ଚେତାବନୀ ଦେଇଥିଲେ । ଏଭଳି ଫୋନ ପାଇ ତାଙ୍କ ଝିଅ ଅନୁଗୁଳ ଏସ.ପି.ଙ୍କ ସହାୟତା ଲୋଡିଥିଲେ । ଫଳରେ ପୋଲିସ ଯାଇ ତାଙ୍କୁ ଉଦ୍ଧାର କରିଥିଲା ବୋଲି ବଂଶୀଧର ଦେହୁରି ଅନୁଗୁଳ ସଦର ଥାନରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ସୁଧ ବେପାର ଅଭିଯୋଗରେ କେସ ନମ୍ବର ୭୧ ରେ ମାମଲା ରୁଜ୍ଜୁ କରି ସୁଶୀଲ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ସେଠାରେ ତାଙ୍କର ଜାମିନ ମଞ୍ଜୁର ହୋଇଥିବା ଜଣା ପଡିଛି ।   

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply