ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ

ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ

ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି I ଏହି ଅବସରରେ ଲକ୍ଷ୍ମୀଜୀ ଗ୍ରୁପର ଉପଦେଷ୍ଟା ଶ୍ରୀଯୁକ୍ତ Ramesh Chandra Agarwalla ଓ ଶ୍ରୀମତୀ Laxmi Devi Agarwalla ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଗ୍ରାହକ ଓ ଅତିଥି ମାନଙ୍କୁ ନୂଆ ଇଲେକ୍ଟ୍ରିକ ଗାଡି ବିଷୟରେ ସମ୍ୟକ ଉଦବୋଧନ ଦେଇଥିଲେ I ଭାରତ ସରକାରଙ୍କ ସବସିଡ଼ ଓ ବିନା ରେଜିଷ୍ଟ୍ରସନ ଫି ଯୋଗୁଁ ଗାଡି ର ମୂଲ୍ୟ ବହୁତ ସ୍ୱଳ୍ପ, ଯେଉଁଥିରେ ଗ୍ରାହକ ମାନେ ଲାଭବାନ ହୋଇପାରିବେ I ଗାଡି Charging କରି ବିନା ଡିଜେଲ ଓ ପେଟ୍ରୋଲ ରେ ଚାଳକ ଚଲେଇ ପାରିବେ I ଗାଡି ର ମେଣ୍ଟେନାନ୍ସ ଚାର୍ଜ ବହୁତ କମ I Laxmi Auto Combine ଭବିଷ୍ୟତରେ ଉର୍ନତମାନର ଇଲେକ୍ଟ୍ରିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ I ଏହି ଅବସରରେ ସହରର ବହୁ ଗଣମାନ୍ୟ ବ୍ୟକ୍ତି ଓ ଗ୍ରାହକ ମାନଙ୍କ ଉପସ୍ଥିତିରେ ହୋଇଥିଲା I ପରିଶେଷରେ Laxmi Auto Combine ର ସମସ୍ତ କର୍ମଚାରୀ, ଅତିଥି ଓ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply