ଖେଳ ଓ ଖେଳାଳି ଖେଳାଳି ଚୟନରେ ଅନିୟମିତତା – ବଢ଼ିଲା ଅଭିଯୋଗର ଫର୍ଦ୍ଦ Angul OnlineMarch 15, 2023March 15, 2023 ଅନୁଗୋଳ – କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଖେଳାଳି । ଗତକାଲି ଏହି ଅଭିଯୋଗ ଆଣି ଦୁଇ ଜଣ ଖେଳାଳି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପୁଣି ଜଣେ ଖେଳାଳି ସମାନ ଅଭିଯୋଗ ଆଣିଛନ୍ତି । ସାର୍ଥକ ମାଝୀ ନାମକ ଏହି ଖେଳାଳିଙ୍କ କହିବା କଥା ସେ ୪ ଟି ମ୍ୟାଚ ଖେଳି ଗୋଟିଏ ଅର୍ଦ୍ଧ ଶତକ ହାସଲ କରି ସର୍ବମୋଟ ୧୧୬ ରନ ସଂଗ୍ରହ କରି ଲିଡ଼ର ବୋର୍ଡ଼ରେ ୯ ନମ୍ବର ସ୍ଥାନରେ ଅଛନ୍ତି । ତଥାପି ତାଙ୍କୁ ଚୟନ ନ କରି ବାହାର ଜିଲ୍ଲାର ଖେଳାଳିଙ୍କୁ ସ୍ଥାନ ଦିଆ ଯାଇଛି । ଯେ କି ଚୟନ ପାଇଁ କରା ଯାଇଥିବା ମ୍ୟାଚ ମଧ୍ୟ ଆଦୌ ଖେଳି ନାହାନ୍ତି ବୋଲି ସାର୍ଥକ ଅଭିଯୋଗ କରିଛନ୍ତି । ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଖେଳାଳି ମାନେ ନିରୁତ୍ସାହିତ ହେବେ ବୋଲି ସେ କହିଛନ୍ତି । Advertisement
ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧…
ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ…
ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ…