ଭୁବନେଶ୍ବର – ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ , ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଏହି କ୍ରମରେ ତାଳଚେର ଅଞ୍ଚଳର ଯଯାତୀ ପଟ୍ଟନାୟକଙ୍କ ନାମ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାବେ ଘୋଷଣା କରା ଯାଇଛି । ପୂର୍ବରୁ ଜିଲ୍ଲା ବିଜେପି ଉପ-ସଭାପତି ଭାବେ ଦାୟିତ୍ଵ ତୁଲାଇ ଥିବା ଯଯାତୀ ଗତ କିଛି ବର୍ଷ ହେଲା ଦଳର ଅନୁଗୁଳ ନିର୍ବାଚନ ମଣ୍ଡଳୀ ଦାୟିତ୍ଵ ନେଇ ସୁଚାରୁରୂପେ ତୁଲାଇଥିଲେ । ଏଥିପାଇଁ ତାଙ୍କୁ ଦଳ ଆସ୍ଥା ପ୍ରକଟ କରି ଜିଲ୍ଲା ଦାୟିତ୍ଵ ଦେଇଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।
ଯଯାତୀ ହେଲେ ଜିଲ୍ଲା ବିଜେପି ସଭାପତି
