ଜାତୀୟ ରାଜପଥ ପାଇଁ ଜନ ସମାବେଶ – ଧର୍ମଘଟ ଚେତାବନୀ

ଜାତୀୟ ରାଜପଥ ପାଇଁ ଜନ ସମାବେଶ – ଧର୍ମଘଟ ଚେତାବନୀ

ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ପଞ୍ଚମହଲା (ଆର୍‌.ଟି.ଓ. ଅଫିସ) ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଯୁଦ୍ଧାକାଳୀନ ଭିତ୍ତିରେ ନିର୍ମାଣ କରିବା ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଣ ଦାବିରେ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଆଜି ଅପରାହ୍ନରେ ତୁରଙ୍ଗସ୍ଥିତ ଦୁର୍ଗାବିହାର ଠାରେ ଏକ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ଆଇନ୍‌ଜୀବୀ ପ୍ରମୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନସମାବେଶରେ ବିଶିଷ୍ଟ ସମାଜସେବୀ ତଥା ବାଜିରାଉତ ଛାତ୍ରାବାସର ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି, ଆଇନ୍‌ଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ୍ ଅଭିମନ୍ୟୁ ସ୍ୱାଇଁ, ଓକିଲ ସଂଘର ପୂର୍ବତନ ସଭାପତି ଦିଲ୍ଲୀପ ଦାସ, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ରାଣୀଗୋଡା ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ, ପରିବେଶବିତ୍ ପ୍ରସନ୍ନ ବେହେରା, ସ୍ୱେଚ୍ଛାସେବୀ ପର୍ଶୁରାମ ଦାସ, ଆଇନ୍‌ଜୀବୀ ପ୍ରଦୀପ୍ତ ପଣ୍ଡା, ରଜତ ରଞ୍ଜନ ଦାସ, ଗୋପାଳ ନାଥ, ପ୍ରଦୀପ କୁମାର ସାହୁ, କାଉନ୍‌ସିଲର ରଣଜିତ୍ ମାଣ୍ଡୋଠିଆ, ମାରୱାଡି ଯୁବମଞ୍ଚର ପୂର୍ବତନ ସର୍ବଭାରତୀୟ ସଭାପତି ଜିତେନ୍ଦ୍ର ଗୁପ୍ତା, ବ୍ରଜବନ୍ଧୁ ସାହୁ, ବଲବୀର ସିଂ, ପ୍ରସନ୍ନ କୁମାର ମିଶ୍ର, ସନ୍ଦିପ କୁମାର ମାଣ୍ଡୋଠିଆ, ଶ୍ରମିକନେତା ଜୟସେନ ମେହେର, ତାଳଚେର ପରିବେଶ ସୁରକ୍ଷା ସମିତିର ଆବାହକ ପଦ୍ମଚରଣ ସାମଲ, ବିନୋଦ ଲାଲ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଛୋଟଗାଡି ମାଲିକସଂଘ ସଭାପତି ଅକ୍ଷୟ କୁମାର ନାଏକ, ପ୍ରବୋଧ କୁମାର ସ୍ୱାଇଁ, ରମେଶ ସାହୁ, ସୂର୍ଯ୍ୟ ନାଥ, ଦୀପକ ସିଂ, ଲିପିକା ମହାପାତ୍ର, ପଠାଣୀ ବାରିହା, ରେଣୁବାଳା ସାହୁ, ନିରୂପମା ପ୍ରଧାନ, ମାନସ ପାଳ, ଶିବବ୍ରତ ପାଣି, ଖଲାରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ କନ୍ଦର୍ପ ବିଳାସ, ସ୍ୱେଚ୍ଛାସେବୀ ପ୍ରତାପ ମହାପାତ୍ର, ତୀର୍ଥବାସୀ ଭୋଇ, ପ୍ରଦ୍ୟୁମ୍ନ ନାୟକ, ଛାତ୍ରନେତା ନାରାୟଣ ନାୟକ, ରଞ୍ଜନ ନନ୍ଦ, ସୋମ୍ୟରଞ୍ଜନ ଦାସ, ବିମ୍ବାଧର ସାମଲ, ପ୍ରସନ୍ନ କୁମାର ମିଶ୍ର, ଭୋଳେଶ୍ୱର ଗୋଚ୍ଛାୟତ, ହେମନ୍ତ କୁମାର ଦାସ, ନିରୋଦ ପାଳ, ଛବି ନାରାୟଣ ସାହୁ, ଦାମୋଦର ଦାସ, ତ୍ରିଲୋଚନ ଜେନା, ଅଶୋକ କୁମାର ପ୍ରଧାନ, ବଳରାମ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ମରଣଯନ୍ତା ପାଲଟିଥିବା ଜାତୀୟ ରାଜପଥ ନିର୍ମାଣରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା, ଦାୟିତ୍ୱହୀନତା ଏବଂ ଜିଲ୍ଲାବାସୀଙ୍କ ପ୍ରତି ଅବଜ୍ଞାମନୋଭାବକୁ ତୀବ୍ର ନିନ୍ଦା କରିଥିଲେ । ଧର୍ମକୁ ଆଖିଠାର ନ୍ୟାୟରେ ରାସ୍ତା ମରାମତି ନାଁରେ ଶିଳ୍ପର ବର୍ଯ୍ୟବସ୍ତୁ ଲୁହାମଳ, ପାଉଁଗୁଣ୍ଡ ପକାଯାଇ ପ୍ରଦୂଷଣ ବୃଦ୍ଧି କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ । ବର୍ଷାଦିନ ପୂର୍ବରୁ ରାସ୍ତା ନିର୍ମାଣ ନହେଲେ ରାସ୍ତାରେ ଯିବାଆସିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲାରୁ ସର୍ବାଧିକ ରାଜସ୍ୱ ପାଉଥିବା ବେଳେ ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବାରୁ ଏହା ବିରୁଦ୍ଧରେ ଶକ୍ତିଶାଳୀ, ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ସମସ୍ତେ ଦୃଢ଼ ମତ ଦେଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାୟୀ ରାସ୍ତା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା କରିବା ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଣ ଦାବିରେ ଆସନ୍ତା କାଲି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ୧୦ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ମେ’ ୩୧ରେ ଜାତୀୟ ରାଜପଥରେ ଧର୍ମଘଟ ଆନ୍ଦୋଳନ ପାଇଁ ପ୍ରସ୍ତାବ ଜନସମାବେଶରେ ଗୃହୀତ ହୋଇଛି । ଆଜିର ଏହି ସମାବେଶରେ ଅନୁଗୁଳ ସହର ସମେତ ପାଶ୍ୱର୍ବର୍ତ୍ତୀ ଗ୍ରାମର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ସମାଜସେବୀ, ଛାତ୍ର, ଯୁବକ, ମହିଳା ଅଂଶଗ୍ରହଣ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
26
+1
0
+1
1

Leave a Reply