ବାଣିଜ୍ୟ କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ Angul OnlineJuly 15, 2023July 15, 2023 ଭୁବନେଶ୍ୱର – କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା ପ୍ରୋଜେକ୍ଟ ବର୍ଗରେ ପ୍ରଦାନ କରାଯାଇଛି । ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ କୁମାର ହୋତା ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ. କିରଣ ବେଦୀଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ କରି ଶ୍ରୀ ହୋଟା କହିଥିଲେ ଯେ, “କୋଭିଡ-୧୯ ମହାମାରୀ ସମଗ୍ର ମାନବିକତା ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଥିଲା । ଜେଏସପିର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଜୀ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ ଜୀଙ୍କ ନେତୃତ୍ୱରେ ଜେଏସପି ଜନସାଧାରଣ ତଥା ପ୍ରଶାସନକୁ ସମର୍ଥନ କରି ବହୁମୁଖୀ ପଦକ୍ଷେପ ଗ୍ରହଣ କରିଥିଲା । ଏହି ମହାମାରୀର ମୁକାବିଲା ନିମନ୍ତେ, ଆମେ ଲକଡାଉନ୍ ସମୟରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଡାକ୍ତରଖାନାଗୁଡ଼ିକୁ ଲିକ୍ୱିଡ ମେଡିକାଲ ଅକ୍ସିଜେନ ଯୋଗାଇବା ପର୍ଯ୍ୟନ୍ତ ବିଭିନ୍ନ ଉଦ୍ୟମ କରିଥିଲୁ”। ପୁରସ୍କାର ପାଇଁ ସେ ଜୁରୀ ଏବଂ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମର ଏକ ପ୍ୟାନେଲ୍ ବକ୍ତା ଭାବରେ ଯୋଗଦେଇ ଶ୍ରୀ ହୋତା ବିଗତ ବର୍ଷଗୁଡିକରେ ସିଏସଆରର ରୂପାନ୍ତରଣ ସମ୍ପର୍କରେ ଆଲୋକପାତ କରିଥିଲେ । ମହାମାରୀ ସମୟରେ ଲକଡାଉନ୍ ଘୋଷଣା ପରେ ଜେଏସପି ତୁରନ୍ତ ଓଡ଼ିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ଟ୍ରକ ଚାଳକ, ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ‘ମିସନ ଜିରୋ ହଙ୍ଗର’ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମ ପରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ବିସ୍ତାର କରାଯାଇ କୋଡିଏ ଲକ୍ଷରୁ ଅଧିକ ଭୋଜନ କରାଯାଇଥିଲା । ମହାମାରୀର ଦ୍ୱିତୀୟ ଲହର ସମୟରେ ଜେଏସପି ସଡକପଥ ଏବଂ ଭାରତୀୟ ରେଳବାଇର ଅକ୍ସିଜେନ ଏକ୍ସପ୍ରେସ ଦ୍ୱାରା ୧୩ଟି ରାଜ୍ୟକୁ ୫୦୦୦ ଟନ୍ରୁ ଅଧିକ ଲିକ୍ୱିଡ ମେଡିକାଲ ଅକ୍ସିଜେନ ଯୋଗାଇଦେଇଥିଲା । ଓଡ଼ିଶାରେ ଲିକ୍ୱିଡ ମେଡିକାଲ ଅକ୍ସିଜେନର ପରିବହନ ପାଇଁ ଓଡିଶା ସରକାରଙ୍କୁ ଦୁଇଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ମଧ୍ୟ ଯୋଗାଇ ଦେଇଥିଲା । ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜେଏସପି ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଥିଲା। କମ୍ପାନୀ ତାହାର ଛତିଶଗଡର ରାଇଗଡ ଏବଂ ତମନାର ସ୍ଥିତ ଫୋର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲ ଏବଂ ରିସର୍ଚ ସେଣ୍ଟରରେ ୭୦୦ ଅମ୍ଳଜାନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା କରିବା ସହିତ ଅନୁଗୁଳରେ ଏକ ସ୍ବତନ୍ତ୍ର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିଥିଲା । ଏହା ସହିତ, ଜେଏସପି ଜନସାଧାରଣ ଏବଂ ଫ୍ରଣ୍ଟଲାଇନ କୋଭିଡ କର୍ମୀଙ୍କୁ ବହୁ ସଂଖ୍ୟକ ଫେସମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲା | ଏକାଧିକ ଟାଇ-ଅପ୍ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର କୃଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଦ୍ଵାରା ଉତ୍ପାଦନ କରାଯାଉଥିବା ବିଭିନ୍ନ ସାମଗ୍ରୀର ବିକ୍ରୟ ତଥା ସେମାନଙ୍କର ରୋଜଗାରକୁ ସୁରକ୍ଷିତ ରଖିବାରେ ଜେଏସପିର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ସହାୟତା କରିଥିଲା। ଏହା ସହିତ, କୋଭିଡ-୧୯ ମହାମାରୀ ଯୋଗୁଁ ଅନାଥ ହୋଇଯାଇଥିବା ପିଲାମାନଙ୍କ ପୋଷଣ ପାଇଁ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ ଏବଂ ଜେଏସପିର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ଵବାଧାନରେ ଛତିଶଗଡର ତମନାରରେ ପୁଅ ଏବଂ ଝିଅମାନଙ୍କ ପାଇଁ ଜେଏସପି ପକ୍ଷରୁ ପୃଥକ ଭାବରେ ଦୁଇଟି ଚିଲଡ୍ରେନ ହୋମ ସ୍ଥାପନ କରାଯାଇଛି । Advertisement
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ…
ବିଗୱିଙ୍ଗର ଶୁଭ ଉଦଘାଟନ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି…