ଅପରାଧ ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ Angul OnlineMay 10, 2021May 10, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ପୁଅ ପ୍ରୀତମ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଥିବା ବେଳେ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ତାଳଚେର କୋଲିୟାରି ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଡଦାଣ୍ଡସାହିର କାର୍ତ୍ତିକ ରାଉତ ନାମକ ଜଣେ ବ୍ୟକ୍ତି ଗତ ୭ ତାରିଖରେ ତାଳଚେର କୋଲିୟରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାର୍ତ୍ତିକ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ କରିବା ପରେ ଚାକିରି ସନ୍ଧାନରେ ଥିଲେ । ସେତିକିବେଳେ ନାଲକୋ ଅଞ୍ଚଳରେ ରହୁଥିବା ପରମାନନ୍ଦ ବେହେରା ୫ ଲକ୍ଷ ଟଙ୍କା ବିନିମୟରେ ଓଡିଶା ଥର୍ମାଲ ପାୱାର ପ୍ଳାଣ୍ଟ ଅଧୀନରେ କାମାକ୍ଷାନଗରରେ ଚାକିରି କରାଇ ଦେଉଛନ୍ତି ବୋଲି ଶୁଣିଲେ । ଆଉ ଚାକିରି ସନ୍ଧାନରେ ଥିବା କାର୍ତ୍ତିକ ଏହା ଶୁଣି ପରମାନନ୍ଦଙ୍କ ସହ ଜୁଲାଇ ମାସରେ ଯୋଗାଯୋଗ କରିଥିଲେ । ପରେ ପରମାନନ୍ଦ , ତାଙ୍କ ପୁଅ ପ୍ରୀତମ ବେହେରା ଓ କେତେ ଜଣ ସାଉଥ ବଲଣ୍ଡା ଦୂର୍ଗା ମଣ୍ଡପ ନିକଟକୁ ଆସି କାର୍ଟିକଙ୍କ ସହ ଆଲୋଚନା କରିବା ପରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନଗଦ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ତାର ୫-୬ ଦିନ ପରେ ସେମାନେ କାର୍ଟିକଙ୍କୁ ଏକ ଆପଏଣ୍ଟମେଣ୍ଟ ଲେଟର ଏବଂ ଡ୍ୟୁଟି ଲେଟର ମେଲ ଜରିଆରେ ପଠାଇଥିଲେ । ତେବେ କାରତିକ ଏହାକୁ ଯାଞ୍ଚ କରିବା ବେଳେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ଏହାପରେ ସେ ପରମାନନ୍ଦ , ତାଙ୍କ ପୁଅ ପ୍ରୀତମଙ୍କୁ ଯୋଗାଯୋଗ କରିଥିଲେ , ହେଲେ ଆଉ କୌଣସି ପ୍ରକାର ସହଯୋଗ ତାଙ୍କଠାରୁ ପାଇ ନଥିଲେ । ଏହାପରେ କାର୍ତ୍ତିକ ଥାନର ଦ୍ଵାରସ୍ଥ ହେବା ପରେ ପୁଲିସ ତଦନ୍ତ କରି ଉଭୟ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ତଦନ୍ତ ବେଳେ କାଣ୍ଡସର ଗାଁର ବିଜୟ କୁମାର ସାହୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଆଉ ଆଜି ଏହି ମାଷ୍ଟରମାଇଣ୍ଡ କୁହା ଯାଉଥିବା ବିଜୟ କୁମାର ସାହୁଙ୍କୁ ଗିରଫ କରିବା ସହ ତାଙ୍କର ପୁଅ ତଥା ଅନ୍ୟ ଜଣେ ସହଯୋଗୀ ଝସକେତନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ…
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…