ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟ ଗ୍ରାମରେ ଏକ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏହ ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜାଲି ଦେଇଛନ୍ତି । ସୂଚନା ଅନୁସାରେ କଣିହାଁରୁ ବଜ୍ରକୋଟ ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ରାସ୍ତା କଡରେ ଛିଡା ହୋଇଥିବା ଦୁଇଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ସୁଶାନ୍ତ ଧଳଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଶରତ ଜେନା ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଦୁର୍ଘଟଣାସ୍ଥଳରେ କାରକୁ ଛାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କାରଟିକୁ ଜାଳି ଦେବା ସହ ପ୍ରତିବାଦରେ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି । କାରତି ଜଣେ ପୂର୍ବତନ ସରପଞ୍ଚଙ୍କର ବୋଲି ଜଣା ପଡିଛି ।
What’s your Reaction?
+1
+1
+1
+1
+1
6
+1
+1
2