ଆଞ୍ଚଳିକ ଜେଏସପି ଫାଉଣ୍ଡେସନ ପକ୍ଷରୁ ମମତା କେନ୍ଦ୍ରକୁ ସହୟତା Angul OnlineApril 26, 2023April 26, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଦାୟିତ୍ଵବୋଧ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଫୋଲ୍ଡେବୁଲ କାଉଚ ସହ ବିଭାଜନ ପରଦା ଜିଲ୍ଲାର ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅତିଥିଭାବେ ଯୋଗଦେଇ ୫୦ଟି ମମତା କେନ୍ଦ୍ର ପାଇଁ ଏହି ସାମଗ୍ରୀ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କର୍ଣ୍ଣ ମୁର୍ମୁ, ଡିପିଏମ୍ ଦୀପକ କୁମାର ମହାନ୍ତି, ଜେଏସପି ଜିଏମ(ସିଏସଆର) ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ମମତା ଦିବସ କାର୍ଯ୍ୟକ୍ରମ ନିୟମିତ ଭାବରେ ମା’ମାନଙ୍କର ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର ଯାଞ୍ଚ, ୦ରୁ ୫ ବର୍ଷ ବୟସ ଶିଶୁଙ୍କର ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନସହ କିଶୋରୀ ବାଳିକାଙ୍କୁ ନିୟମିତ ପରାମର୍ଶ ଇତ୍ୟାଦି ପ୍ରଦାନ କରିବାରେ ଏହି ସାମଗ୍ରୀ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ଜେଏସ୍ପିକୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନର ଏକ ଦାୟିତ୍ଵସମ୍ପନ୍ନ ସହଯୋଗୀ ଭାବେ ଜେଏସପି ଫାଉଣ୍ଡେସନ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁହାର ହ୍ରାସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି ଫାଉଣ୍ଡେସନର ଶ୍ରୀ ଶତପଥୀ ସୂଚନା ଦେଇଥିଲେ। ଜେଏସପି ଫାଉଣ୍ଡେସନର ବାତ୍ସଲ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ରାଜ୍ୟର ସରକାର ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓଡିଶା, ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ଯୁ ହାର ହ୍ରାସ କରିବା ପାଇଁ ଗର୍ଭଧାରଣର ପଞ୍ଜୀକରଣ, ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର ଯତ୍ନ, ଟୀକାକରଣ, ସଂସ୍ଥାଗତ ପ୍ରସବ ଏବଂ ପୋଷଣ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଅଛି । Advertisement
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା…
ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ଆମ୍ଭ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ୧୯୮୨ ମସିହାରୁ ସ୍ଥାପିତ ହୋଇଥିଲା ।…