ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି.

ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି.

ଭୁବନେଶ୍ୱର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଇସ୍ପାତ ସେକ୍ଟରରେ କର୍ପୋରେଟ ସାମାଜିକ ଦାୟିତ୍ବ କାର୍ଯ୍ୟରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଗୋଲଡେନ୍ ପିକକ୍ ପୁରସ୍କାର ୨୦୨୨ ସମ୍ମାନ ପ୍ରଦାନ କରାଯାଇଛି । ଜାନୁଆରୀ ୧୨ରେ ମୁମ୍ବାଇରେ ଅନୁଷ୍ଠିତ ୧୭ ତମ ଆନ୍ତର୍ଜାତୀୟ ସିଏସ୍ଆର ସମ୍ମିଳନୀରେ ଜେଏସପିର ସଭାପତି ତଥା ଗ୍ରୁପ୍ ହେଡ୍ (ସିଏସ୍ଆର) ଶ୍ରୀ ପ୍ରଶାନ୍ତ କୁମାର ହୋତା କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ.ପି ସିଂ ବଘେଲଙ୍କଠାରୁ କମ୍ପାନୀ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ (ଆଇଓଡି) ର ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ସୁରିନ୍ଦର ନାଥ ଏବଂ ମୁଖ୍ୟ ପରାମର୍ଶଦାତା ଶ୍ରୀ ଦେଶ ଦୀପକ ବର୍ମା, ଆଇଏଏସ୍ (ଅବସରପ୍ରାପ୍ତ) ଉପସ୍ଥିତ ଥିଲେ । ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଏହି ଇସ୍ପାତ ନିର୍ମାତାକୁ ଦ୍ୱିତୀୟ ଥର ପାଇଁ ଏହି ଗୋଲ୍ଡେନ୍ ପିକକ ସିଏସ୍ଆର ପୁରସ୍କାର ସମ୍ମାନ କରାଯାଇଛି । ଭାରତର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଏମ. ଭେଙ୍କଟାଚାଲିଆଙ୍କ ସଭାପତିତ୍ଵରେ ଗଠିତ ଏକ ଜୁରୀ କମିଟି ଦ୍ବାରା ଜେଏସପିକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଜୁରି ଏବଂ ଆଇଓଡିକୁ ଧନ୍ୟବାଦ ପ୍ରଦାନ କରି, ଜେଏସପିର ସିଏସର ସଂସ୍ଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଏହି ସମ୍ମାନଜନକ ପୁରସ୍କାର ଆମକୁ ଲୋକମାନଙ୍କ ପାଇଁ ଅଧିକ ଦାୟିତ୍ବବାନ ଏବଂ ଅଧିକ ଉତ୍ତରଦାୟୀ କରିବା ସହିତ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରେରିତ କରିବ । ଆମେ ବର୍ତ୍ତମାନ ୧୭ ଟି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରୁ ୧୬ ଟିରେ କାମ କରୁଛୁ ଏବଂ ଭାରତରେ ମାନବ ବିକାଶ ସୂଚକାଙ୍କ ରେ ଉନ୍ନତି ପାଇଁ ସମସ୍ତ ସାମାଜିକ ବିକାଶ କ୍ଷେତ୍ରରେରେ ଆମର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛୁ । ଜେଏସପି ଫାଉଣ୍ଡେସନ୍ ମାଧ୍ୟମରେ, ଜେଏସପି ସ୍ଥାନୀୟ ସମ୍ପ୍ରଦାୟ ଏବଂ ସରକାରଙ୍କ ସହଭାଗିତାରେ ବିଭିନ୍ନ ସାମାଜିକ ବିକାଶମୂଳକ ପଦକ୍ଷେପ ସହିତ ପ୍ରାୟ ଏକ କୋଟି ଲୋକଙ୍କ ପାଖରେ ପହଞ୍ଚି ପାରିଛି । କୋଭିଡ-୧୯ ପାଣ୍ଡେମିକ୍ ସମୟରେ ଜେଏସପି ଫାଉଣ୍ଡେସନ୍ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ସିଏସଆର ଯେପରିକି ୧୩ ଟି ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଲିକୁଇଡ ମେଡ଼ିକାଲ ଅକ୍ସିଜେନ ଯୋଗାଣ ଏବଂ ମିଶନ୍ ଜିରୋ କ୍ଷୁଧା ମାଧ୍ୟମରେ ସାମାଜିକ ଦୁର୍ବଳ ଲୋକଙ୍କୁ ଖାଇବାକୁ ପ୍ରଦାନ ଆଦିକୁ ସିଭିକ୍ ସୋସାଇଟି, ସରକାର ଏବଂ ଲୋକମାନଙ୍କ ଦ୍ୱାରା ବହୁ ପ୍ରଶଂସା କରାଯାଇଥିଲା । ପ୍ରଭାବଶାଳୀ ଏବଂ ବହୁମୂଖୀ ସିଏସ୍ଆର କାର୍ଯକ୍ରମ ପାଇଁ ଜେଏସପିକୁ ମଧ୍ୟ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି । କମ୍ପାନୀକୁ କର୍ପୋରେଟ୍ ଆଫେୟାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର ୨୦୨୦ ବିଜେତା ଘୋଷିତ କରାଯାଇଛି ।
ନିକଟରେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ କମ୍ପାନୀକୁ ଫିକି ସିଏସଆର ପୁରସ୍କାର, ଓଡିଶା ସିଏସଆର ଉତ୍କର୍ଷ ପୁରସ୍କାର, ଇଣ୍ଡିଆ ସିଏସଆର ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply