ଆଞ୍ଚଳିକ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ Angul OnlineFebruary 5, 2022February 5, 2022 ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଜେଏସପିଏଲ ଅନୁଗୁଳର ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଗୋଷ୍ଠି ସମୁଦାୟଙ୍କୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୂଝାଇବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଏହାର ସଠିକ ଚିକିତ୍ସା କରାଯାଏ , ତେବେ ଏହାର ନିରାକରଣ ସମ୍ଭବ ବୋଲି କହିଥିଲେ । ଚଳିତ ବର୍ଷର ବିଷୟ ‘ଚିକିତ୍ସାରେ ବିଳମ୍ବ ବ୍ୟବଧାନକୁ କମ କରିବା ଉପରେ ଜେଏସପିଏଲ ଅନୁଗୁଳ ଅକୁପେସନାଲ ସେଣ୍ଟରର ଡାକ୍ତର ପ୍ରିୟଦର୍ଶିନୀ ରାୟ ଏବଂ ଡାକ୍ତର ସାଇ ସ୍ୱରୂପ ପାଢୀ ଗ୍ରାମୀଣ ମହିଳାଙ୍କୁ କର୍କଟ ରୋଗର ଲକ୍ଷଣ ଏବଂ ବିଶେଷତଃ ମହିଳାଙ୍କ କ୍ଷେତ୍ରରେ ଏହାର ନୂତନ ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ଏହାର ତ୍ଵରିତ ଚିହ୍ନଟକରଣ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ବିଭିନ୍ନକୁ ଅଭ୍ୟାସ ଦ୍ଵାରା କିଛି ଅଙ୍ଗ ପ୍ରତ୍ୟଙ୍ଗରେ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ ବୋଲି କହିଥିଲେ । ପରିଶେଷରେ ଡାକ୍ତରମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ କୌଣସି ସନ୍ଦେହାତ୍ମକ ଲକ୍ଷଣ ଦେଖାଦେଲେ ତୁରନ୍ତ ଉନ୍ନତ ଚିକିସ୍ଛା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ପାଖାପାଖି ଗ୍ରାମୀଣ ମହିଳା ଅଂଶ ଗ୍ରହଣ କରିବା ସହିତ ଏହା ରାଜ୍ୟ ସରକାରଙ୍କ କୋଭିଡ-୧୯ ମହାମାରୀର ସମସ୍ତ ପ୍ରତିଷେଧକମୂଳକ ନିର୍ଦ୍ଦେଶାବଳୀ ସହ ଅନୁଷ୍ଠିତ ହୋଇଥିଲା । Advertisement
ସାପ କାମୁଡ଼ାରେ ନାବାଳିକା ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ…
ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ…
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…