ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉ ଅଛି l ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା , ମାତୃ ମଙ୍ଗଳ କମିଟି , ୬ ମାସରୁ କମ ବୟସ୍କ ଶିଶୁଙ୍କ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଗର୍ଭବତୀ ମହିଳା ତଥା କିଶୋରୀ ବାଳିକା ମାନେ ଲାଭାର୍ଥୀ ଭାବେ ଯୋଗ ଦେଇଛନ୍ତି l ଜେଏସପିଏଲ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀଙ୍କ ସହ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନେ ଏହି କାର୍ଯ୍ୟକ୍ରମ ନିମିତ୍ତ ଚିହ୍ନିତ ହୋଇଥିବା ମହିଳାଙ୍କୁ ସ୍ତନ୍ୟପାନର ମହତ୍ଵ ଏବଂ ଏହା କିପରି ଶିଶୁଙ୍କର ଆଦର୍ଶ ପୋଷଣ ଭାବେ କାର୍ଯ୍ୟ କରିଥାଏ । ସେ ସମ୍ବନ୍ଧରେ ସଚେତନ କରାଉଛନ୍ତି । ଚଳିତ ବର୍ଷର ବିଷୟ ବସ୍ତୁକୁ ଆଧାର କରି ଗୋଷ୍ଠୀ ସଚେତନତା ଉପରେ ଗୁରୁତ୍ଵ ପ୍ରଦାନ କରଯାଉଅଛି l ଗୋଷ୍ଠୀ ସମର୍ଥନରେ ମା ମାନେ କିପରି ୬ ମାସରୁ କମ ବୟସ୍କ ଶିଶୁଙ୍କୁ ସ୍ତନ୍ୟପାନ ହିଁ କରାଇବେ , ସେ ଉପକ୍ରମ ଉପରେ ସ୍ଵତନ୍ତ୍ର ଭାବେ ଦ୍ରୁଷ୍ଟି ପ୍ରଦାନ କରାଯାଉଅଛି । ବର୍ତ୍ତମାନ କୋଭିଡ-୧୯ ମହାମାରୀର ବିଭୀଷିକାକୁ ଲକ୍ଷ୍ୟରେ ରଖି , ଚଳିତ ବର୍ଷର ବିଷୟ ବସ୍ତୁ “ନିରାପଦ ସ୍ତନ୍ୟପାନ : ସମ୍ମିଳିତ ଦାୟିତ୍ଵ “ ଉପରେ ଉପସ୍ଥିତ ଥିବା ସମସ୍ତ ଲାଭାର୍ଥୀ ମାନଙ୍କୁ ସୂଚନା ଦିଆଯିବା ସହ ସେମାନଙ୍କ ଶିଶୁଙ୍କୁ କୋଭିଡ ଭୂତାଣୁ ଠାରୁ କିପରି ଦୂରେଇ ରଖିବେ, ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଉଅଛି l ମା ମାନଙ୍କୁ ଶିଶୁଙ୍କ ସଠିକ ଯତ୍ନ ନେବା ନିମନ୍ତେ , ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ଶିଶୁଙ୍କୁ ସ୍ଵତନ୍ତ୍ର ଖାଦ୍ୟ ବାସନ ପ୍ରଦାନ କରଯାଉଅଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵବ୍ୟାପୀ ପାଳିତ ହୋଇଥାଏ । ଏହି ସପ୍ତାହ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସ୍ତନ୍ୟପାନର ଉପକାରିତା ସମ୍ବନ୍ଧରେ ନୂତନ ଅଭିଭାବକ ମାନଙ୍କୁ ଅବଗତ କରାଇବା ଏବଂ ସାରା ବିଶ୍ବରେ ସ୍ତନ୍ୟପାନ ସଂପର୍କରେ ସଚେତନତା ସୃଷ୍ଟି କରିବା l ୟୁନିସେଫ ସୂତ୍ରରୁ ପ୍ରକାଶ ଯେ,ଏହା ଦ୍ଵାରା କେବଳ ସ୍ତନ୍ୟପାନ କ୍ଷେତ୍ରରେ ଗତ ଚାରି ଦଶନ୍ଧିରେ ପ୍ରାୟ ୫୦ ପ୍ରତିଶତ ପ୍ରଗତି ସମଗ୍ର ବିଶ୍ବରେ ହାସଲ କରାଯାଇଅଛି l
What’s your Reaction?
+1
+1
+1
+1
+1
2
+1
+1