ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ପାଳିତ

ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ପାଳିତ

ଅନୁଗୁଳ – ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ଦ୍ଵାରା ପାଳିତ ହୋଇଅଛି । ଏହି ଅବସରରେ ଜେଏସପିଏଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସାଙ୍ଗକୁ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଅନେକ ଗୁଡିଏ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜେଏସପିଏଲ ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା ଏବଂ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ ଶ୍ରୀ ଓ.ପି ଜିନ୍ଦଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ଏହି ଅବସରରେ ଜେଏସପିଏଲ କର୍ମଚାରୀଙ୍କ ସହ ତାଙ୍କ ପରିବାରବର୍ଗ , ପାର୍ଶ୍ଵବର୍ତୀ ଗ୍ରାମବାସୀ ମଧ୍ୟ ଶ୍ରଦ୍ଧେୟ ଶ୍ରୀ ଓ.ପି ଜିନ୍ଦଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଦିବସକୁ ମାନବ ସେବା ନିମନ୍ତେ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଜେଏସପିଏଲ ଫାଉଣ୍ଡେସନ ଏବଂ ଅନୁଗୁଳ ଜିଲ୍ଲା ରେଡ କ୍ରସ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା । ଏହି ରକ୍ତଦାନ ଶିବିରକୁ ଶ୍ରୀ ହୃଦୟେଶ୍ଵର ଝା ଏବଂ ଶ୍ରୀ ଦାମୋଦର ମିତ୍ତଲ ମିଳିତ ଭାବେ  ଉଦଘାଟନ କରିଥିଲେ । ଏହି ଶିବିରରୁ ସମୁଦାୟ ୧୧୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା , ଯାହାକି କୋଭିଡ -୧୯ ମହାମାରୀର ରକ୍ତ ଆବଶ୍ୟକତାକୁ ଅନେକାଂଶରେ ସହାୟକ ହୋଇପାରିବ । ଏହି ଅବସରରେ ଜେଏସପିଏଲର ବରିଷ୍ଠ କର୍ମଚାରୀ, କର୍ମଚାରୀମାନେ ଶ୍ରୀ ଓ.ପି ଜିନ୍ଦଲଙ୍କ ସହ କାର୍ଯ୍ୟ  କରିବାର ଅଭିଜ୍ଞତା ବିଷୟରେ କହିବା ସହ ଶ୍ରୀ ଓ.ପି ଜିନ୍ଦଲଙ୍କ ସଂସ୍ପର୍ଶରେ ଆସିବା ପରେ ଇସ୍ପାତ ଜଗତ ଏବଂ ସମାଜ ପ୍ରତି ସେମାନଙ୍କର ରହିଥିବା ଦୃଷ୍ଟିକୋଣ କିପରି ଭାବେ ବଦଳି ଯାଇଥିଲା, ସେ ବିଷୟରେ କହିଥିଲେ । ବରିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଶ୍ରୀ ଦାମୋଦର ମିତ୍ତଲ,ଶ୍ରୀ ସୁରେଶ କୁମାର ଶର୍ମା, ଭି.ପି ଏଲ ଆଣ୍ଡ ପିଆର, କୋଲ ପ୍ରୋକିୟରମେଣ୍ଟ, ଶ୍ରୀ ସୁଶୀଲ ଗୁପ୍ତା , ଭି.ପି-ଫାଇନାନ୍ସ ଆଣ୍ଡ ଏକାଉଣ୍ଟ ଶ୍ରୀ ଓ.ପି ଜିନ୍ଦଲଙ୍କ ସହ କଟିଥିବା କିଛି ସ୍ମରଣୀୟ ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଶ୍ରୀ ଓ.ପି ଜିନ୍ଦଲ କିପରି ସମସ୍ତଙ୍କ ନିମନ୍ତେ କାର୍ଯ୍ୟସ୍ଥଳୀରେ ମଧ୍ୟ ଘର ପରି ପରିବେଶ ସୃଷ୍ଟି ହୋଇ ପାରିବ, ସେଥି ନିମନ୍ତେ ଗୁରୁତ୍ଵ ପ୍ରଦାନ କରୁଥିଲେ । ଜେଏସପିଏଲର ଯୋଗଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ‘ବାଉଜୀ’ଙ୍କର ଉଦାରତା ବିଷୟରେ କହିବା ସହ ସେ କିପରି ପ୍ରତ୍ଯେକ ବ୍ୟକ୍ତି ଏବଂ ବସ୍ତୁର କ୍ଷମତା ଏବଂ ଉପଯୋଗିତା ବିଷୟରେ ପ୍ରଥମ ଦେଖାରେ ହିଁ ଜାଣି ପାରୁଥିଲେ, ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ସ୍ମରଣୀୟ ଦିବସରେ, “ମିଶନ ଜିରୋ ହଙ୍ଗର” କାର୍ଯ୍ୟକ୍ରମ ମାଧ୍ୟମରେ, ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ଅନୁଗୁଳ ଜିଲ୍ଲାର ବିଭିନ୍ନ ଜରା ନିବାସ , ନିରାଶ୍ରୟ ଗୃହର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହା ବ୍ୟତୀତ, ପାର୍ଶ୍ଵବର୍ତୀ ଗ୍ରାମର ବରିଷ୍ଠ ନାଗରିକ , ଅସହାୟ ମହିଳା ଏବଂ ନିଷ୍ପେସିତ ବର୍ଗର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ତଥା ଅଭିଭାବକ ବିହୀନ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରଯାଇଥିଲା । ସେହିଭଳି ଓ.ପି ଜିନ୍ଦଲ ସ୍କୁଲ ଏବଂ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ମଧ୍ୟ ଶ୍ରୀ ଓ.ପି ଜିନ୍ଦଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ‘ବାଉଜୀ’ଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଗ୍ରହଣ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଦେବ ଭୂମି ପରିସରରେ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା ଏବଂ ଏହି ସମଗ୍ର ଦିବସର ଆୟୋଜିତ କାର୍ଯ୍ୟକ୍ରମ କୋଭିଡ-୧୯ର ନିୟମାବଳୀ ଏବଂ ପ୍ରୋଟୋକୋଲ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜେଏସପିଏଲ ଭୁବନେଶ୍ବର କାର୍ଯ୍ୟାଳୟରେ ମଧ୍ୟ ସମସ୍ତ କର୍ମଚାରୀମାନେ ଶ୍ରୀ ଓ.ପି ଜିନ୍ଦଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଭିନ୍ନ ଶିଶୁ ଗୃହର ଅନ୍ତେବାସୀଙ୍କୁ ଫଳ ଏବଂ ପୋଷଣ ଯୁକ୍ତ ଖାଦ୍ୟ କୋଭିଡ-୧୯ରପ୍ରୋଟୋକୋଲ ଅନୁଯାୟୀ ବଣ୍ଟନ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
5
+1
0
+1
1

Leave a Reply