ବାଣିଜ୍ୟ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ Angul OnlineDecember 13, 2022December 13, 2022 ଅନୁଗୁଳ – କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ସିଏସଆରର ଅଧ୍ୟକ୍ଷା ପଦ୍ମ ଭୂଷଣ ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ । ଭାରତରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଜନସାଧାରଣ ତଥା ସରକାରଙ୍କୁ ସମର୍ଥନ କରି ବହୁମୁଖୀ ପଦକ୍ଷେପ ଗ୍ରହଣ କରିବାରେ ଭାରତର ଅଳ୍ପକିଛି ସଂସ୍ଥା ମଧ୍ୟରେ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଅନ୍ଯତମ ଥିଲା । ଭାରତରେ ମହାମାରୀ ଆରମ୍ଭ ହେବା ପରେ ଗରିବ ଏବଂ ଅସୁରକ୍ଷିତ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଏହାର ସିଏସଆର ସଂଗଠନ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ମଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଜେଏସପିର ସିଏସଆର ଟିମକୁ ଅଭିନନ୍ଦନ ଜଣାଇ, ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କହିଛନ୍ତି, “କୋଭିଡ-୧୯ ମହାମାରୀ ସମଗ୍ର ଦେଶର ସମାଜ, ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରଭାବ ପକାଇଥିଲା । ଗରିବ ଏବଂ ଅସୁରକ୍ଷିତ ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ । ଜଣେ ଦାୟିତ୍ୱ ବାନ କର୍ପୋରେଟ୍ ନାଗରିକ ଭାବରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଏବଂ ଜେଏସପି ଫାଉଣ୍ଡେସନ ସ୍ୱାସ୍ଥ୍ୟ ସେବା ସୁବିଧା କରିବା, ତରଳ ମେଡିକାଲ ଅମ୍ଲଜାନ ଯୋଗାଇବା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ଭଳି ବହୁବିଧ ଉଦ୍ୟମ କରିଥିଲା” । ବହୁସ୍ତରୀୟ କଠୋର ଚୟନ ପ୍ରକ୍ରିୟା ଉପରେ ଆଧାରିତ ଏହି ଜାତୀୟ ପୁରସ୍କାର ପାଇଁ ସେ ଜୁରି ସଦସ୍ୟ ଏବଂ ଫିକିକୁ ଧନ୍ୟବାଦ ଦେଇଛନ୍ତି । Advertisement
କୋଭିଡ-୧୯ ସମୟରେ ସହାୟତା ପାଇଁ ଜେଏସ୍ପିଏଲ୍କୁ ମହତ୍ମା ସମ୍ମାନ -୨୦୨୦ ଭୁବନେଶ୍ବର – କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକ ମାନଙ୍କୁ ସହାୟତା କାର୍ଯ୍ୟ ନିମନ୍ତେ ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରଲିଃ…
ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର…
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…