ରାଜନୀତି ସରପଞ୍ଚ ଉପ ନିର୍ବାଚନରେ ଜ୍ୟୋତିରଞ୍ଜନ ଓ ଝରଣା ବିଜୟୀ Angul OnlineFebruary 12, 2021February 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି (ଶୁକ୍ରବାର ) ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୋଟିଏରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲର ଅନୁଗୁଳ ବ୍ଲକ ଛେଳିଆପଡ଼ା ପଞ୍ଚାୟତ ଓ ବଅଁରପାଳ ବ୍ଲକର ବେଣାଗାଡ଼ିଆ ପଞ୍ଚାୟତ ପାଇଁ ସରପଞ୍ଚ ଉପ-ନିର୍ବାଚନ ହୋଇଥିଲା । ଗତ କାଲି ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆଜି ଉଭୟ ବ୍ଲକରେ ଭୋଟ ଗଣତି କରାଯାଇଥିଲା । ଛେଳିଆପଡା ପଞ୍ଚାୟତ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଠାରୁ ୧୨୮ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସେହିପରି ବେଣାଗାଡିଆ ପଞ୍ଚାୟତ ପାଇଁ ବିଜେଡି ସମର୍ଥିତ ଜ୍ୟୋତିରଞ୍ଜନ ନାଏକ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଠାରୁ ୬୮୯ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । Advertisement
ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ – ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ…
ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର…
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…