କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ

କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ

ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ କଦମ ପଡିଆର ଉନ୍ନତିକରଣ ସହ ନୂତନ ଭିତିପ୍ରସ୍ଥର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ , ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଧିରେନ ପଳେଇ , କମିଟିର ସଦସ୍ୟ ଡାନିଏଲ ରାଉତ , ଦେବାଶିଷ ପଢି , ପିଚ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କରିଏସ ଇଣ୍ଡିଆର ଆଲୋକ କୁମାର ଏହା ସହ ଅନୁଗୁଳ ଜ଼ିଲ୍ଲାର ଜ଼ିଲ୍ଲା କ୍ରୀଡା ଅଧିକାରୀ  ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟ ର ସମୀକ୍ଷା କରିଥିଲେ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜ଼ିଲ୍ଲା କ୍ରିକେଟ ସାଂସଦର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା ଓ ଅରୁଣ ପଶୁପାଳକ, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆଶୋସିଏସନର ପ୍ୟାନେଲ ଆମ୍ପାୟାର ଜୟ କୃଷ୍ଣ ରାଉତ  ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply