କେନାଲରେ ଭାସିଗଲେ ବୋଲବମ ଭକ୍ତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲଅଞ୍ଚଳର ସମ୍ଭୁ ବାରିକଙ୍କ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୋଲି ଜଣା ପଡିଛି ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ । ଘଟଣା ଜଣା ପଡିବା ପରେ ବାଘୁଆବୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା ।

Advertisement

Leave a Reply

Your email address will not be published. Required fields are marked *