ଅପରାଧ ନାବାଳିକା ଅପହରଣ , ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ – ଯୁବକ ଗିରଫ Angul OnlineMarch 2, 2023March 2, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ବଅଁରପାଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କ ନିକଟକୁ ୨୦ ଦିନ ତଳେ ଏକ ଅଜଣା ନମ୍ବରରୁ ଫୋନ୍ କଲ ଆସିଥିଲା । ଜଣେ ଯୁବକ ଏହି ଫୋନ୍ କରିଥିଲେ । ଯୁବକ ତାଙ୍କ ସହ ପ୍ରେମସମ୍ପର୍କ ସ୍ଥାପନକରି ବିବାହର ପ୍ରତିଶ୍ରୁତି ଦେଇ ଗତ ୨୦ ତାରିଖରେ ତାଙ୍କ ଘର ପାଖରୁ ଯୋଜନାବଦ୍ଧ ଭାବେ ଅପହରଣ କରିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ନାବାଳିକା ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା । ତେବେ ଯୁବକ ଜଣଙ୍କ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶର ନେଲୋରେ ନେଇ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ବିକି ଦେବାର ଯୋଜନା କରିଥିଲା । ନାବାଳିକା କୌଣସି ପ୍ରକାରେ ଯୁବକଙ୍କ କବଳରୁ ନିଜକୁ ଉଦ୍ଧାର କରି ନେଲୋର ପୁଲିସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ନେଲୋର ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ବଅଁରପାଳ ପୁଲିସକୁ ଖବର ଦେଇଥିଲା । ବଅଁରପାଳ ପୁଲିସ ନେଲୋରରୁ ନାବାଳିକାଙ୍କୁ ଉଦ୍ଧାରକରି ଗିରଫ ଯୁବକଙ୍କୁ ଆଣିଥିଲା । ଏହି ଯୁବକ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକମୁଣ୍ଡା ଗାଁର ସନ୍ତୋଷ ପ୍ରଧାନ ବୋଲି ଜଣା ପଡ଼ିଛି । Advertisement
ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ ।…
୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା…
ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ।…