ଅପରାଧ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ Angul OnlineJune 16, 2023June 16, 2023 ପାଲଲହଡା – ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବରଡ଼ିହ ପଞ୍ଚାୟତ ଅନ୍ତର୍ଗତ ଖଡକା ଗ୍ରାମରେ ଘଟିଛି । ସୂଚନା ଅନୁସାରେ ଗତ ୧୫ ତାରିଖରେ ରଜ ପର୍ବ ପାଇଁ ଗାଁ ରେ ତାସ ଖେଳର ଆୟୋଜନ କରାଯାଇଥିଲା । ଅପରାହ୍ନ ୩ ଟା ସମୟରେ ସେହି ଗ୍ରାମର ରାଜନ ଗିରି ନିଜ ସାଙ୍ଗ ସନ୍ତୋଷ, ମହେନ୍ଦ୍ର, ସୁବମ, ମହୁର ଏମାନଙ୍କ ସହ ତାସ ଖେଳୁଥିବା ବେଳେ ସେହି ଗ୍ରାମର ମେଘୁ ବେହେରା ନାମକ ଜଣେ ଯୁବକ ଅଚାନକ ଭାବେ ଏକ ଟାଙ୍ଗିଆ ସାହାଯ୍ୟ ରେ ରାଜନ ଗିରିକୁ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ରାଜନ ଗୁରୁତର ଆହତ ହୋଇ ଚେତା ଶୂନ୍ୟ ହୋଇଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜନର ୩ ଭାଇ ଦୁଃଖ ଗିରି, ଚକ୍ର ଗିରି ଓ ଆଉ ଜଣେ ନାବାଳକ ଭାଇ ସଂଘବଦ୍ଧ ଭାବରେ ମେଘୁ ବେହେରାକୁ ଆକ୍ରମଣ କରିଥିଲେ । ତାଙ୍କୁ ଏକ ଟାଙ୍ଗିଆ ଓ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭବେରେ ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ଆଜି ସକାଳେ ପାଲଲହଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ ସହ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ୧୭୯/୨୩ ଏକ ମାମଲା ୠଜୁକରିଛି । ଗୁରୁତର ଥିବା ରାଜନ ଗିରୀକୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯଇଥିବା ବେଳେ ପାଲଲହଡା ପୁଲିସ ଅଧିକ ତଦନ୍ତ ଜାରି ରଖିଛି । Advertisement
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ…
ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗରରେ…