ଅପରାଧ ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର Angul OnlineSeptember 1, 2021September 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ ରଖି କାମ କରାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ବେଳେ ଚଢ଼ାଉରେ ଅନୁଗୁଳ ଶ୍ରମ ବିଭାଗର ଅଧିକାରୀ ଓ ପୋଲିସ ସାମିଲ ଥିଲେ । ଚଢ଼ାଉରେ ଚାରିଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜଣେ ଅଣଓଡ଼ିଆ ଚାହା ଦୋକାନି ଶିଶୁ ଶ୍ରମିକ ମାନଙ୍କ କାର୍ଯ୍ୟରେ ଲଗାଉ ଥିଲା ।ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।ସଂପୃକ୍ତ ଦୋକାନି ଠାରୁ ବିଭାଗ ପକ୍ଷରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । Advertisement
କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ…
ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିନେଲେ ଅଦୃଶ୍ୟ ଲୁଟେରା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟବସାୟୀ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି…
ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର…