ଆଞ୍ଚଳିକ ଷାଠିଏ ଦିନ ଭିତରେ ରେଜିଷ୍ଟ୍ରେସନ ସାର – ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରଥମ ଜିଲ୍ଲା ଗସ୍ତ ବେଳେ ନିର୍ଦେଶ Angul OnlineJune 15, 2022June 15, 2022 ଅନୁଗୁଳ – ଅନୁଗୁଳ ସର୍କିଟହାଉସ କନଫ୍ରେନସ ହଲ ଠାରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଶ୍ରମ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଓଡିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ , ଶ୍ରମ ବିଭାଗ କମିଶନର ଓ ଅନୁଗୁଳ , ଢେଙ୍କାନାଳ ଦୁଇ ଗୋଟି ଜିଲ୍ଲାର ସମସ୍ତ ଶ୍ରମ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋଚନା କରା ଯାଇଥିଲା । 5 T ଅଧାରରେ ନୂଆଁ ଆରମ୍ଭ ହୋଇଥିବା ଯୋଜନା ରେ ଶ୍ରମିକ ମାନଙ୍କ ରେଜିଷ୍ଟ୍ରେସନ ଉପରେ ଗୁରୁତ୍ଵ ଦିଆ ଯାଇଥିଲା । ପୂର୍ବରୁ କେତେ ଶ୍ରମିକଙ୍କ ଶ୍ରମିକ କାର୍ଡ ପାଇଁ ରେଜିଷ୍ଟ୍ରେସନ ହୋଇଥିଲା ଆଉ କେତେ ବାକି ଅଛି ତାହାର ତର୍ଜମା କରିବା ସାହ ମନ୍ତ୍ରୀ ୬୦ ଦିନ ଭିତରେ ଅନଲାଇନରେ ସମସ୍ତ ବାକି ଥିବା ରେଜିଷ୍ଟ୍ରେସନ ସାରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କର ମନ୍ତ୍ରୀ ହେବା ପରେ ଅନୁଗୁଳ ଜିଲ୍ଲାକୁ ପ୍ରଥମ ଗସ୍ତ ହୋଇଥିବା ବେଳେ ଏହି ବୈଠକରେ ଉପ ବାଚସ୍ପତି ବିଧାନସଭା ରଜନୀକାନ୍ତ ସିଂହ , ସାଂସଦ ଢେଙ୍କାନାଳ ମହେଶ ସାହୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ , ଶ୍ରମ କମିଶନର ଡକ୍ଟର ଏନ. ତିରୁମାଲା ନାଏକ ଆଦି ଉପସ୍ଥିତ ଥିଲେ । Advertisement
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା…
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…