ସମସ୍ୟା ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା ଅବରୋଧ କରିଥିଲେ । ଏହା ଫଳରେ ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ବନ୍ତଳା ଥାନା ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୨୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହି ଅନୁସାରେ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଗତ ଅକ୍ଟୋବର ମାସରେ ୩୦ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ପ୍ରଧାନଙ୍କ ସହ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଦ୍ୟାଳୟକୁ ଆଉ ୪ଜଣ ଶିକ୍ଷକ ଆବଶ୍ୟକତା ନେଇ ଜଣାଇବା ପରେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ରାସ୍ତା ଅବରୋଧ କରିଥିଲେ । Advertisement
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
ମେଡିକାଲ କଲେଜ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ ଆଜି…
ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା ଅନୁଗୁଳ – ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା…