ମୁଖ୍ୟ ଖବର ମଦ ପିଇଥିବା ମିଛ ଚାଲାଣ କଟିବା ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା Angul OnlineNovember 10, 2022November 10, 2022 ଅନୁଗୁଳ – ମହିଳାଙ୍କ ନାମରେ ମଦ ପିଇ ଗାଡ଼ି ଚଲାଉଥିବା ନେଇ ପରିବହନ ବିଭାଗ ଚାଲାଣ ପଠାଇବା ପରେ ତାଙ୍କର ସମ୍ମାନହାନୀ ହୋଇଥିବା ନେଇ ଜଣେ ମହିଳା ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ଆସିଥିବା ଏକ ଇ ଚାଲାଣରେ ହେଲମେଟ , ଲାଇସେନ୍ସ ନଥିବା ସହ ମଦ ପିଇ ଗାଡି ଚଳାଉଥିବା ଯୋଗୁଁ ୮ ହଜାର ଟଙ୍କା ଜୋରିମନା ଦେବାକୁ ନିର୍ଦେଶ ଆସିବା ପରେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଓଁ ଶାନ୍ତି ସଂଗଠନ ସହ ଜଡିତ ଥିବା ବେଳେ ପିଆଜ ରସୁଣ ଖାଆନ୍ତି ନାହିଁ । ଏପରି ସ୍ଥଳେ ମଦ ପିଇ ଥିବାର ଅଭିଯୋଗ ଯୋଗୁଁ ତାଙ୍କ ସମ୍ମାନରେ ହାନୀ ପହଞ୍ଚିଛି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମିନା ଚୌଧୁରୀ ନାମଙ୍କ ମହିଳା ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୁଳ ପରିବହନ ବିଭାଗ ତରଫରୁ ଗାଡି ଚେକିଂ ଚାଲିଥିଲା। ମହିଳା ଜଣଙ୍କ ହେଲମେଟ ପିନ୍ଧି ନଥିବାରୁ ପରିବହନ ବିଭାଗ କର୍ମଚାରୀ ମହିଳାଙ୍କୁ ଅଟକାଇ ଥିଲେ । ହେଲମେଟ ବାବଦକୁ ୧୦୦୦ ଟଙ୍କା ଚାଲାଣ କଟା ଯିବ ବୋଲି କହିଥିଲେ । ବାକି ତାଙ୍କର କାଗଜପତ୍ର ମାଗି ନଥିଲେ କି ବ୍ରେଥ ଆନାଲାଇଜର ଟେଷ୍ଟ ମଧ୍ୟ କରା ଯାଇ ନଥିଲା । ଆଉ ତାଙ୍କୁ ଘଟଣା ସ୍ଥଳରେ ଜୋରିମନା ଦେବାକୁ ପଡିବ ନାହିଁ ବୋଲି କହିବା ସହ ଇ ଚାଲାଣ ପଠାଯିବ ବୋଲି ପରିବହନ ବିଭାଗ କର୍ମଚାରୀ କହିଥିଲେ । ତେବେ ପରେ ମହିଳା ଜଣଙ୍କ ଘରକୁ ଆସି ଅନଲାଇନ ଚେକିଂ କରିବା ପରେ ଜଣା ପଡିଲା ଯେ ୮୦୦୦ ଟଙ୍କାର ଚାଲାଣ କଟିବା ସହ ୧୦୦ ମିଲିମିଟର ମଦ ପିଇ ଥିବା ଓ ବ୍ରେଥ ଆନାଲାଇଜର ଟେଷ୍ଟ କରା ଯାଇଛି ବୋଲି ଚାଲାଣ ଉଲେଖ ରହିଥିଲା । ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କର ବ୍ରେଥ ଆନାଲାଇଜର ଟେଷ୍ଟ ହୋଇ ନଥିବା ବେଳେ ସେ ମଦ ପିଇଥିବା ଦର୍ଶାଇବା ପରିବହନ ବିଭାଗର ପାରିବାପଣିଆ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ପରିବହନ ବିଭାଗର ଏତାଦୃଶ୍ୟ କାର୍ଯ୍ୟ ଯୋଗୁଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଛି ବୋଲି ସେ ଅଭିଯୋଗ କରିବା ସହ ଏଭଳି କ୍ଷେତ୍ରରେ ହୋଇଥିବା ତାଙ୍କ ମାନହାନି ପାଇଁ କିଏ ଦାୟି ରହିବ ବୋଲି ମହିଳା ଜଣଙ୍କ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। Advertisement
ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ…
ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ…
କ୍ୱାକଙ୍କ ଚିକିତ୍ସାରେ ଯୁବକ ମୃତ୍ୟୁ – ଘଟଣାକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁରେ ସ୍ଥାନୀୟ ଜଣେ କ୍ୱାକଙ୍କ ଚିକିତ୍ସାରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।…