ମୁଖ୍ୟ ଖବର ଟ୍ରାଫିକ ଇନସ୍ପେକ୍ଟରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ Angul OnlineJanuary 12, 2024January 12, 2024 ଅନୁଗୁଳ – ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ୧୧ଲକ୍ଷ ୧୫ ହଜାର ୪୭୦ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିତେନ୍ଦ୍ର । ତେବେ ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ତାଳଚେର ଭଡା ଘରୁ ୩ଲକ୍ଷ ୮ହଜାର ୭୫୦ ଟଙ୍କା ଜବତ ହୋଇଥିବା ବେଳେ ୩୩୬ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗ ଘରୁ ୧୦ଲକ୍ଷ ଜବତ କରିଛି ଭିଜିଲାନ୍ସ । ମୋଟ ୨୪ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ପାରାଦୀପ ସ୍ଥିତ ତାଙ୍କ ଭାଇଙ୍କ ଘରେ ଚଢାଉ ଚାଲିଛି । Advertisement
ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ…
ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ…
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…