ମୁଖ୍ୟ ଖବର ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ Angul OnlineJanuary 22, 2023January 22, 2023 ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଆଉ ଏଥିପାଇଁ କ୍ଷତିପୂରଣ ନଦେବା ଯାଏଁ ଅନୁଗୋଳ ଜିଲ୍ଲାପାଳଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ରହିବାକୁ ନିର୍ଦେଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ କୁକୁରପେଟା କ୍ଷୁଦ୍ର ଜଳସେଚନ ପାଇଁ ସରକାର ୧୯୬୧ ମସିହାରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଥିଲେ ସରକାର । ୬୦ ବର୍ଷ ତଳେ ପାଖାପାଖି ୧୧୮ ଟି ପରିବାର ଜମି ହରାଇ ଥିଲେ । ହେଲେ ସେବେଠାରୁ ଜମି ମାଲିକକ୍ଷତିପୂରଣ ପାଇନାହାଁନ୍ତି । ଏନେଇ ପ୍ରମୋଦ କୁମାର ପ୍ରଧାନଙ୍କ ସହ ଅନ୍ୟମାନେ କ୍ଷତିପୂରଣ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ , ଜମିହରାଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାପାଳଙ୍କ ସମେତ ଦୁଇ ଜଣ ଅଧିକାରୀଙ୍କ ଦରମା ବନ୍ଦ ରହିବ । କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଏଥିରେ ଖରିଫ ୫୮୭ ହେକ୍ଟର ଏବଂ ରବି ଋତୁରେ ୧୨୧ ହେକ୍ଟର ଚାଷଜମିରେ ପାଣି ମାଡୁଥିବା ବେଳେ ଏଥିରେ କସିଡିହ, କରଡାବାହାଳି , ଥଳିପସି , ବ୍ରାହ୍ମଣବିଲ୍, ବାଲିନାଳ ଆଦି ଗାଁର ଚାଷୀ ଉପକୃତ ହେଉଥିଲେ । ମାତ୍ର ଏବେ ଏଠି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । କ୍ଷୁଦ୍ର ଜଳସେଚନ ବିଭାଗ କେନାଲ ମରାମତି କରୁନଥିବା ବେଳେ ପ୍ରକଳ୍ପ ରକ୍ଷଣାବେକ୍ଷଣ କରାଯାଉନାହିଁ । ଫଳରେ ଚାଷୀମାନେ ଏବେ ଜଳ କର ଦେଉଥିଲେ ବି ଚାଷ ଜମିରେ ପାଣି ପାଉ ନାହାଁନ୍ତି । ବିସ୍ଥାପିତଙ୍କ ସପକ୍ଷରେ ହାଇକୋର୍ଟଙ୍କ ଏହି ରାୟକୁ ଜମିହରା ସ୍ବାଗତ କରିଛନ୍ତି । ମାତ୍ର କୋର୍ଟଙ୍କ ଏହି ରାୟ ଜମିହରା କ୍ଷତରେ ମଲମ ସାବ୍ୟସ୍ତ ହେବ ନା ୬୦ ବର୍ଷ ପରେ ବି ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । Advertisement
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…