ବାଣିଜ୍ୟ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ “ଟମ୍ବଲ ଡ୍ରାଏ” ଉଦଘାଟିତ Angul OnlineNovember 27, 2023November 27, 2023 ଅନୁଗୁଳ – ଅନୁଗୁଳ ସହର ଗାନ୍ଧୀମାର୍ଗରେ ସୋମବାର ଏକ ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଟମ୍ବଲ ଡ୍ରାଏ ନାମକ ଏହି ଲଣ୍ଡ୍ରି ଓ ଡ୍ରାଏ କ୍ଲିନିକକୁ ଆଜି ପରିଚାଳକ ଟୁନା ବେହେରାଙ୍କ ମା ରେଣୁକା ବେହେରା ଉଦଘାଟନ କରିଥିଲେ । ଏହି ଅତ୍ଯାଧୁନିକ ଲଣ୍ଡ୍ରି ଓ ଡ୍ରାଏ ୱାସ କ୍ଲିନିକରେ ଡ୍ରାଏ ୱାସ୍ , ଲଣ୍ଡ୍ରି , ଷ୍ଟିମ ୱାସ , ଆଇରନ ସହ ଜୋତା , କାର୍ପେଟ , ପରଦା ଆଦି କ୍ଲିନ କରା ଯାଇ ପାରିବ । ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ୪୮ ରୁ ୭୨ ଘଣ୍ଟା ମଧ୍ଯରେ ଡେଲିଭରି ଦେବା ପାଇଁ ବ୍ଯବସ୍ଥା କରା ଯାଇଛି । ଏହା ସହ ହୋମ ଡେଲିଭରିର ବ୍ଯବସ୍ଥା ମଧ୍ଯ ରହିଥିବା ବେଳେ ୩୫୦ ଟଙ୍କା ଭିତରେ ଦେୟ ହେଲେ ୫୦ ଟଙ୍କା ଡେଲିଭରି ଚାର୍ଜ ଥିବା ବେଳେ ୩୫୦ ଟଙ୍କାରୁ ଅଧିକ ହେଲେ କୌଣସି ଡେଲିଭରି ଚାର୍ଜ ପଡିବ ନାହିଁ ବୋଲି ଏହାର ପରିଚାଳକ ଟୁନା ବେହେରା କହିଛନ୍ତି । ଏହା ସହ ଗ୍ରାହକଙ୍କ ପାଇଁ ଆହୁରି ଅନେକ ସୁବିଧା ମଧ୍ଯ ରହିଛି । ଓଡିଶାର ବିଭିନ୍ନ ସହରରେ ଏହାର ୪୦୦ ରୁ ଅଧିକ ଆଉଟଲେଟ ଥିବା ବେଳେ ଅନୁଗୁଳ ଜିଲ୍ଲରେ ଏହା ପ୍ରଥମ ଆଉଟଲେଟ । ଆଜି ଏହି ଆଉଟଲେଟର ଉଦଘାଟନ ବେଳେ ରୋଟାରିଆନ ଡାକ୍ତର ମାଇକେଲ ଜନ , ଅଶୋକ ମାଣ୍ଡୋଠିଆ , ମୁରାରିଲାଲ ଅଗ୍ରୱାଲ ଆଦି ଉପସ୍ଥିତ ଥିଲେ । Advertisement
ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି…
Laxmi Honda ରେ New Honda Unicorn OBD-II (B)ର ବଜାର ପ୍ରବେଶ ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଅନଗୁଳ ଠାରେ Honda ର ବହୁ ପ୍ରତିକ୍ଷିତ Motorcycle…
ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି…