ଆଞ୍ଚଳିକ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ Angul OnlineApril 28, 2022April 28, 2022 ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା ପ୍ରଥମ ଅଧିବେଶନ ସ୍ଥାନୀୟ ନବ ନିର୍ମିତ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଜୟନ୍ତୀ ସମାରୋହର ଅତିଥିମାନେ ଅନୁଗୁଳ ଓକିଲମାନଙ୍କ ଗହଣରେ ପ୍ରଥମେ କଚେରୀ ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ତାପରେ ସଭାଘରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ରାମକୃଷ୍ଣ ପଟ୍ଟନାୟକ, ମଧୁବାବୁଙ୍କ ଜୀବନ ଉପରେ ଆଲୋଚନା କରିବା ସହ ଓକିଲମାନେ ସମାଜରେ ଏକ ବୈପ୍ଳବିକ ସଂସ୍କାର ଆଣିବାରେ ସହାୟକ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଓକିଲ ଓ ବିଚାରପତି ସମାଜକୁ ନ୍ୟାୟିକ ସେବା ପ୍ରଦାନକାରୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହେବା ଉଚିତ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ର ମଧୁସୂଦନ ଦାସଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ସେ କିପରି ସ୍ବାଭିମାନୀ ଥିଲେ ଓ ନାରୀମାନଙ୍କୁ ତାଙ୍କ ଅଧିକାର ପାଇଁ ସଂଗ୍ରାମ କରିଥିଲେ ସେ ଉପରେ ତାଙ୍କର ମତ ପ୍ରଦାନ କରିଥିଲେ । ଅନୁଗୁଳ ଜିଲ୍ଲା ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ହେତୁ ସେ ଅନୁଗୁଳକୁ ଆସିବାକୁ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ ବୋଲି ଭାବାବେଗର ସହ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ସଂଘର ସମ୍ପାଦକ ନିଜର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂଘର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ମିଶ୍ର, ସୁବାଷ ମିଶ୍ର, ଭୁପେଶ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ପ୍ରଦୀପ ଦେବତା, ବୈଷ୍ଣବ ଚରଣ ପାତ୍ର, ଅର୍ଜୁନ ମୁଦୁଲି ପ୍ରମୁଖ ଓକିଲମାନେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂଘର ଉପସଭାପତି ଭବାନୀ ଶଙ୍କର ପ୍ରଧାନ, ସହସମ୍ପାଦକ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ଗୋପାଳ ପ୍ରସାଦ ଅଗ୍ରୱାଲ ଓ ସାଂସ୍କୃତିକ ସମ୍ପାଦକ କୁଶ ସାହୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ରହିଛି । Advertisement
ଅଭିପଶାଙ୍କୁ ରାଜ୍ୟ ପୁରସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି ।…
ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ…
ଶ୍ରୀଜୀଉଙ୍କ ପଦ୍ମମୁଖ ଦର୍ଶନ କଲେ ସାଂସଦ ଅନୁଗୁଳ – ପବିତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉ ମାନଙ୍କର ପଦ୍ମମୁଖ ବେଶ ଅନୁଗୁଳ ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ବେଶ ଦର୍ଶନ…