ଆଞ୍ଚଳିକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭୂମିପୂଜନ ଓ ଭିତ୍ତିପ୍ରସ୍ତର Angul OnlineMay 4, 2021May 4, 2021 ଅନୁଗୁଳ – ଅନୁଗୁଳ ବ୍ଲକ୍ର ସୁସୁଡା ଗ୍ରାମ ପଞ୍ଚାୟତର ନୂତନ ଗ୍ରାମ ପଞ୍ଚାୟତ ଗୃହ ଆଜି ସୁସୁଡ଼ା ଗ୍ରାମ ଉପକଣ୍ଠ ରେ ଥିବା ମାଳତୀ ବିହାର ଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ କରକମଳରେ ଭୂମିପୂଜନ ଅନୁଷ୍ଠିତ ହୋଇଥିଲା । ସେହିଭଳି ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(୩) ଅନ୍ତର୍ଗତ ଅନୁଗୁଳ ନିର୍ବାଚନ ମଣ୍ଡଳୀର ୩ଟି ନୂତନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଠାରୁ ପନ୍ଦରବଣିଆ ରାସ୍ତା , କୁଲାଡ଼ ଠାରୁ ଭୋଗବେରେଣି ରାସ୍ତା ଏବଂ ଅନୁଗୁଳ ବ୍ଲକର ଖମାର ଠାରୁ ବାରସିଂହା ରାସ୍ତା ଏହି ଯୋଜନା ଅନୁଯାୟୀ ଉନ୍ନତିକରଣ ହେବ । ଏହି କାର୍ଯ୍ୟକ୍ରମ ବେଳେ ଅନୁଗୁଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆସିଷ୍ଟାଣ୍ଟ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ଙ୍କ ସମେତ ସରୋଜ ନାରାୟଣ ସାହୁ, ବିଜୟ କୁମାର ନାଥ, ରାକେଶ ନନ୍ଦ, ଚିତ୍ତରଞ୍ଜନ ସେନାପତି, ଅଜୟ ସାହୁ, ବାଉରିବନ୍ଧୁ ମହାପାତ୍ର, ସୁଲୋଚନା ମୁଦୁଲି , ବିଦ୍ୟାଧର ନାଏକ, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ମେଡିକାଲ କଲେଜ ପାଇଁ ଘଣ୍ଟପଡା ଗ୍ରାମବାସୀଙ୍କ ଦାବି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜକୁ ଖୁବ ଶୀଘ୍ର ରାଜ୍ୟ ସରକାର ଚଳାଇବାକୁ ନେଇ ଘଣ୍ଟପଡା ପଞ୍ଚାୟତ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ…
ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ…