ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ

ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ

ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଠାରେ ଫାଶରୁ ମୁକୁଳାଇ ରଖା ଯାଇଥିବା କଲରାପତରିଆ ବାଘର ଆଜି ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଥିବା ବେଳେ ବର୍ତ୍ତମାନ ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାତକୋଶିଆ ଅଭୟାରଣ୍ୟରୁ ମହାବଳ ବାଘ ଲୋପ ପାଇବା ପରେ ଏବେ ଶିକାରୀଙ୍କ ନଜର କଲରାପତରିଆ ବାଘ ଉପରେ ନଜର ରହିଛି । ଆଉ ଗୋଟିଏ ପରେ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇ ଚାଲିଛି । ସୂଚନା ଅନୁସାରେ ବଲଙ୍ଗ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଏକ କଲରାପତରିଆ ବାଘ ଫାଶରେ ପଡିଥିବା ଖବର ମିଳିବା ପରେ ଏହାକୁ ଉଦ୍ଧାର କରିଥିଲା ବନ ବିଭାଗ । ଉଦ୍ଧାର ପରେ ଫାଶ ଲାଗି ବାଘ ଦେହରେ କ୍ଷତ ହୋଇଥିବା ଦ୍ଵଖା ଯାଇଥିଲା । ଏହାପରେ ପ୍ରାଥମିକ ଚିକିତ୍ସା କରି ବନ ବିଭାଗ ବାଘକୁ ନେଇ ରାଇଗୁଡା ଅଞ୍ଚଳରେ ରଖି ଏହା ଉପରେ ନଜର ରଖିଥିଲା । ତେବେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ବାଘର ମୃତ୍ୟୁ ହୋଇଥିଲା । ତେବେ ଏହି ବାଘ ମୃତ୍ୟୁ ପରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବନ୍ୟପ୍ରାଣୀ ଚିକିତ୍ସା ପାଇଁ ଏଠାରେ ଥିବା ଡାକ୍ତର ବାଘର ଚିକତ୍ସା ସଠିକ ଭାବରେ କରିଥିଲେ ହୁଏତ ବାଘ ବଞ୍ଚି ଯାଇପାରିଥାନ୍ତା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply