ମୁଖ୍ୟ ଖବର ଫାଶରେ ପଡିଲା ବାଘ – ଟ୍ରାଙ୍କୁଲାଇଜ କରି ଉଦ୍ଧାର କଲା ବନବିଭାଗ Angul OnlineJune 20, 2022June 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ପଡିଥିବା ବନ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ଏହି ଖବର ପାଇବା ପରେ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା , ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ସେଠାରୋ ପହଞ୍ଚିଥିଲେ । ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘଟି ଫସି ରହିଥିଲା । ତାର ଗୋଡ଼ରେ ଲାଗିଥିବା ଫାସ ବୁଦାରେ ଅଟକି ରହିଥିବାରୁ ବାଘଟି ସେଠାରେ ପଡି ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା । ବାଘକୁ ସେଠାରୁ ମୁକୁଳାଇବା ବନ ବିଭାଗ ପାଇଁ ଏକ ପ୍ରକାର ଚାଲେଞ୍ଜ ରହିଥିଲା । ତେବେ ବାଘ ଥିବା ସ୍ଥାନଟି ଜନବସତି ପାଖରେ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ଜାଲ ବିଛାଯାଇଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ବନ୍ୟପ୍ରାଣୀ ଡାକ୍ତର ଡ଼ା.କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ । ତାକୁ ସେଠାରୁ ଯନ୍ତାରେ ଭର୍ତ୍ତି କରି କୋର ଏରିଆକୁ ବନ ବିଭାଗ ନେଇଥିଲା । ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପରେ ଜଙ୍ଗଲକୁ ଛାଡିଦିଆଯିବା ବୋଲି ବୱାନା ବିଭାଗ ସୂଚନା ଦେଇଥିଲା । ଏହି ଅଣ୍ଡିରା ବାଘର ବୟସ ପ୍ରାୟ ୩ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । Advertisement
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ…
ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ…
ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା…