ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ । ଜିଲ୍ଲାରେ ଯେତିକି ସଂଖ୍ୟାରେ ଆମ୍ବୁଲାନ୍ସ ରହିଛି ତାହା ପର୍ଯ୍ୟାପ୍ତ ହୋଇ ପାରୁ ନାହିଁ । ଏଥିପାଇଁ ଆହୁରି କିଛି ଆମ୍ବୁଲାନ୍ସର ଆବଶ୍ୟକତା ରହିଛି । ଏହାକୁ ହୃଦୟଙ୍ଗମ କରି ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଓ ଛେଣ୍ଡିପଦା ବିଧାୟକ ବେହେରା ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୁଳ ଜିଲ୍ଲା ପାଇଁ ଦୁଇ ଦୁଇଟି ଆମ୍ବୁଲାନ୍ସ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଏକ ନୂତନ “ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଆଇସିୟୁ ଆମ୍ବୁଲାନ୍ସ) ଯେଉଁ ଆମ୍ବୁଲାନ୍ସରେ ଆଇସିୟୁର ସମସ୍ତ ପ୍ରକାର ବ୍ୟବସ୍ଥା ରହିବା ସହ ଅତି ଗମ୍ଭୀର ସ୍ଥିତିରେ ଥିବା ରୋଗୀଙ୍କୁ ଉଚ୍ଚ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ସ୍ଥାନାନ୍ତର କରାଯାଇପାରିବ କହିଛନ୍ତି । ବର୍ତ୍ତମାନର କରୋନା ମହାମାରୀ ସମୟରେ ବହୁ କୋରନା ସଂକ୍ରମିତ କ୍ରିଟିକାଲ ରୋଗୀ କଟକ କିମ୍ବା ଭୁବନେଶ୍ୱରକୁ ସ୍ଥାନାନ୍ତର ହଉଛନ୍ତି । ଜିଲ୍ଲାରେ ଆଇସିୟୁ ଆମ୍ବୁଲାନ୍ସର ବ୍ୟବସ୍ଥା ପର୍ଯ୍ୟାପ୍ତ ଭାବେ ନଥିବାରୁ ଏହି ପ୍ରକ୍ରିୟାରେ ବିଶେଷ ବିଳମ୍ବ ହେଉଛି । ପ୍ରାଇଭେଟ ଆଇସିୟୁ ଆମ୍ବୁଲାନ୍ସ ପାଇଁ ମଧ୍ୟ ସାଧାରଣ ଲୋକଙ୍କୁ ଖର୍ଚାନ୍ତ ହେବାକୁ ପଡୁଛି । ଏଥିପାଇଁ ରଜନୀକାନ୍ତ ପ୍ରାୟ ୪୦ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ଅନୁମୋଦନ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଦର୍ଶାଇଥିବା ବେଳେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ଦୁଇଟି ଆମ୍ବୁଲାନ୍ସ ଦେବା ପାଇଁ କହିଛନ୍ତି ।
What’s your Reaction?
+1
+1
+1
+1
+1
+1
+1