ଅପରାଧ ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ Angul OnlineJanuary 16, 2023January 16, 2023 ଅନୁଗୋଳ – ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜକୁ ରଞ୍ଜିତା ଜ୍ୟୋତିଷି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ କୁମୁରିସିଂହା ଗ୍ରାମର ରୋହିତ ନାୟକଙ୍କୁ ଆଜୀବନ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୧୦ ହଜାର ଟଙ୍କା ଜୋରିମନା ଓ ଜୋରିମନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ସୂଚନା ଅନୁସାରେ , ଅଭିଯୁକ୍ତ ବଡ଼ଭାଇ ରୋହିତ ନାୟକ ତାଙ୍କ ସାନ ଭାଇ ରାଜେନ୍ଦ୍ର ନାୟକଙ୍କ ସହ ଜମିଜମା ବିବାଦ ଲାଗି ରହିଥିଲା । ୨୦୧୭ ମସିହା ମାର୍ଚ୍ଚ ୬ ତାରିଖ ଦିନ ସକାଳେ ଏହି ଜମିଜମା ବିବାଦକୁ ନେଇ ରୋହିତ ଏକ ଶାବଳରେ ପିଟି ରାଜେନ୍ଦ୍ରଙ୍କୁ ହତ୍ୟା କରିଥିଲେ । ପତ୍ନୀ ରଞ୍ଜୁବାଳା ଙ୍କ ସାମ୍ନା ରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏନେଇ ରଞ୍ଜୁବାଳା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ୍ ନଂ ୧୨୪/୧୭ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରଜଜ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ରଞ୍ଜିତା ଜ୍ୟୋତିଷି ଅଭିଯୁକ୍ତ ରୋହିତଙ୍କୁ ଦୋଷୀ ସାଵ୍ୟସ୍ତ କରିବା ସହ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ । Advertisement
ଚାନ୍ଦା ମାଗି ତିନି ଯୁବକ ଗିରଫ ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ…
ବ୍ରାଉନସୁଗାର ସହ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସଦରଥାନା ପକ୍ଷରୁ ଚଢ଼ାଉ କରାଯାଇ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଏହି କାରବାରରେ ସଂଶ୍ଲିଷ୍ଟ ୩ଜଣଙ୍କୁ…
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…