ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ସୂଚନା ଅନୁସାରେ ଅନୁଗୁଳ ନାଲକୋନଗର ଥାନା ନାଲକୋର ସନ୍ଦୀପ ପ୍ରେବୋଧ କେର୍କେଟା ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ କରୁଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ରେଡିଟ ମ୍ୟାନେଜର ଭାବେ କାମ କରୁଥିବା ରାଞ୍ଚି ଅଂଚଳର ନିଲମ ସୁଚିତା କୁଜୁରୁକୁ ବିବାହ କରିଥିଲେ । ତାଙ୍କର ପୂର୍ବରୁ ୬ ବର୍ଷର ଏକ ସନ୍ତାନ ଥିବା ବେଳେ ଆଉ ଏକ ଝିଅ ୧୪ ଦିନର ଥିଲେ । ଗତ ୧୪/୦୯/୨୦୨୦ ଦିନ ସନ୍ଦୀପ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରିବା ପରେ ତାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ବେଳେ ଏହା ଏକ ହତ୍ୟା ବୋଲି ଜାଣିପାରି ପୁଲିସ ସ୍ୱାମୀ ସନ୍ଦିପଙ୍କୁ ପଚରାଉଚରା କରିବା ବେଳେ ସେ ହତ୍ୟା କରିଥିବା ମାନି ଯାଇଥିଲା । ଏହି ଘଟଣା ଜଣା ପଡିବା ପରେ ପୁଲିସ ସନ୍ଦିପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ଘଟଣାରେ ୨୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ଦିପଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦିଆଯାଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେସିଆଲ ଜଜ (ଭିଜିଲାନ୍ସ ) ରାଜଲକ୍ଷ୍ମୀ ପଟ୍ଟନାୟକ ଏହି ଆଦେଶ ଦେବା ସହ ଦୁଇ ସନ୍ତାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ପିପି ପ୍ରଦୀପ କୁମାର ଦାସ ଏହି ମାମଲା ପରିଚାଳନା କରିଥିବା ବେଳେ ତାଙ୍କୁ ଆଡିସିନାଲ ପିପି ପ୍ରଦୀପ କୁମାର ଭୁତିଆ ଓ ଆଡିସିନାଲ ପିପି ରଶ୍ମି ରେଖା ଦେଓ ସହାୟତା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *