ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା

ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର ଅମଲାପଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ ଅନ୍ୟ ଜଣେ କର୍ମଚାରୀ ଏକ ସ୍କୁଟିରେ ଗାନ୍ଧୀ ମାର୍ଗ ଛକ ନିକଟରେ ଥିବା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିଲେ । ତେବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ହମ୍ପସରେ ତାଙ୍କ ସ୍କୁଟି ପାର ହେଉଥିବା ବେଳେ ହଠାତ ଏକ ମୋଟରସାଇକେଲରେ ତିନିଜଣ ଦୁର୍ବୃତ୍ତ ଆସି ତାଙ୍କ ହାତକୁ ଏକ ବାଡିରେ ବାଡେଇ ଦେଇ ଥିଲେ । ସେ କିଛି ବୁଝିବା ପୂର୍ବରୁ ଦୁବୃତ୍ତମାନେ ଏକ ଗୋଇଠା ମାରିବାରୁ ବଶିଷ୍ଠ ସ୍କୁଟିରୁ ପଡି ଯାଇଥିଲେ । ସେ ପଡିଯିବା ପରେ ଦୁର୍ବୃତ୍ତ ମାନେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏ ନେଇ ବଶିଷ୍ଠ ଅନୁଗୁଳ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *