ମୁଖ୍ୟ ଖବର ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ Angul OnlineSeptember 10, 2022September 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ନିଲାମ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଚଳିତ ବର୍ଷ ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିବା ବେଳେ ସର୍ବଶେଷ୍ଠ ନିଲାମଧାରୀ ଅନୁଷ୍ଠାନ ଭାବେ କଣିହାଁର ଲାଲବାଗରାଜା ମୋଟ ୮ ଲକ୍ଷ ୭୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ଆଜ୍ଞା ମାଳକୁ ନିଲାମରେ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ , ଢେଙ୍କାନାଳ ସାଂସଦ , ଉପବାଚସ୍ପତି ରଜନୀକାନ୍ତ ସିଂ , ମ୍ୟୁନିସିପାଲିଟି ପୋୖରାଧ୍ୟକ୍ଷଙ୍କ ସମେତ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ୨୬ଟି ପୂଜାମଣ୍ଡପର କାର୍ଯ୍ୟକର୍ତା ମାନେ ନିଜର ମେଢ଼ ସହିତ ବଡଦାଣ୍ଡ ସାହି ସ୍ଥିତ ମେଳଣ ପଡିଆ ଠାରେ ପହଞ୍ଚି ଥିଲେ । ସମସ୍ତ ମେଢ଼ ଗୁଡିକ କ୍ରମାନ୍ଵୟରେ ଏହି ଭସାଣି ଉତ୍ସବରେ ସାମିଲ ହୋଇ ସହର ପରିକ୍ରମା କରିବା ସହ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ହୋଇଥିବା କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିଛନ୍ତି । ବିଭିନ୍ନ ପ୍ରକାରର ବାଜା , ବାଣ , ସଙ୍ଗୀତର ତାଳେ ତାଳେ ଭକ୍ତ ମାନେ ପ୍ରଭୁ ଗଜାନନଙ୍କୁ ବିଦାୟ ଦେଇଛନ୍ତି । ବିଳମ୍ବିତ ରାତି ଯାଏ ଭସାଣ ଉତ୍ସବ ଚାଲିଛି । Advertisement
ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ପ୍ରକାଶିତ ଅନୁଗୁଳ – ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ଶନିବାର ଦିନ ପ୍ରକାଶିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ଗଙ୍ଗାଧର…
ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି ।…
ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ…