ଅପରାଧ ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା Angul OnlineOctober 8, 2023October 8, 2023 ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର ପାଇବା ଲୋଭରେ ସାଇବର ଠକଙ୍କ ହାବୁଡ଼ରେ ପଡି ପ୍ରାୟ ଏକ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ରାଜସ୍ଥାନର ଅନିମେଶ ଶର୍ମା ଜଣେ ବ୍ୟକ୍ତି ଅନୁଗୁଳର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଗତ ୪ ତାରିଖରେ ତାଙ୍କୁ ଦୁଇଟି ଅନଲାଇନ ଶପିଂ ସଂସ୍ଥାରୁ ଉପହାର ଆସିଛି ବୋଲି ଏକ ଫୋନ କଲ ଆସିଥିଲା । ତେବେ ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ଫୋନ କରିଥିବା ବ୍ୟକ୍ତି କହିଥିଲା । ଅନିମେଶ ୫ ହଜାର ଟଙ୍କା ଦେଇ ଦେଇଥିଲେ । ତେବେ ପରେ ପୁଣି ଆଉ କିଛି ଟଙ୍କା ଦେବାକୁ ପଡିବ କହିବାରୁ ଅନିମେଶ ୧୨ ହଜାର ୯୯୯ ଲେଖାଏଁ ଦୁଇ ଥର ଟଙ୍କା ପଠାଇଥିଲେ । ତେବେ ଉପହାର ଆସିବାରୁ ବିଳମ୍ବ ହେବାରୁ ଅନିମେଶ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗୁଗୁଲ ପେ’ରେ ୬୯୯୮୬.୧୦ କୋଡ଼ ମାରିବାକୁ କହିବାରୁ ଅନିମେଶ କୋଡ଼ ଭାବି ଦେଇ ଦେବାରୁ ଏହି ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଗଲା । ଏହିଭଳି ଭାବରେ ସମୁଦାୟ ୯୯ ହଜାର ୭୪୦ ଟଙ୍କା ହରାଇବା ପରେ ଅନିମେଶ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାର ଆଶ୍ରୟ ନେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଟଙ୍କା ସୁନା ଲୁଟିଲେ,ଲୁଟ ସୁନା ବନ୍ଧକ ଦେଇ ଋଣ ନେଇଗଲେ – ୯ ଡକାୟତଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଗତ ମାସ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ମୃତକଙ୍କ ଘରେ…
ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ନାଲକୋନଗର – ଅନଗୁଳ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ଅର୍ଦ୍ଧ ଦଗ୍ଧ ମୃତଦେହ ସାଙ୍ଗକୁ ଏକ ପୋଡ଼ା ସାଇକେଲ ପଡିଥିବା ସ୍ଥାନୀୟ…
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଶତ୍ରୁତା ପରେ ଟ୍ରକ ଚକା ତଳେ ଶୁଆଇ ମାରିଦେଲେ ତାଳଚେର – ଗତ ୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦାଫାସ ତାଳଚେର ପୁଲିସ କରିଛି । ପ୍ରେମ…