ମୁଖ୍ୟ ଖବର ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ Angul OnlineJune 15, 2021June 15, 2021 ଅନୁଗୁଳ – ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି ଏହି କୁନି ଝିଅର । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁରୁ ଆସିଛି ଏଭଳି ଖବର । ମଳୟ ବସନ୍ତ ଦେହୁରୀଙ୍କ ପରିବାରର ସମସ୍ତେ ଚାଲିଯିବା ପରେ ଏବେ ରାହା ଖୋଜୁଛି ତାଙ୍କ ୧୪ ମାସର ଝିଅ ରାନୀ । ମଳୟ ନାଲକୋ ସେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାମ କରୁଥିଲେ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ସୌଦାମିନୀ ଓ ମା ମାଳତୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ରାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା । ହେଲେ ଏହି କରୋନା ଯୁଦ୍ଧରେ ବିଜୟୀ ହୋଇଥିଲା ରାନୀ । ପ୍ରଥମେ ମା ସୌଦାମିନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ୭ଦିନ ପରେ ଗୋଟିଏ ଦିନରେ ମଳୟ ଓ ତାଙ୍କ ମା ମାଳତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏବେ ରାନୀ ମାମୁଁ ଘର ଅଜାଙ୍କ ପାଖରେ । ହେଲେ ଏତିକିରେ ରାନୀଙ୍କ କରୋନା ଯୁଦ୍ଧ ସଋ ନଥିଲା । ସଋ ନଥିଲା ଦୁଃଖ । ମାମୁଁ ଘର ଆଇ ଓ ଅଜାଙ୍କୁ ମଧ୍ୟ କରୋନା ସଂକ୍ରମିତ ହୋଇଛି । ଆଇ ମେଡିକାଲରେ ଏବଂ ଅଜା ହୋମ ଆଇସୋଲେସନରେ ଥିବାବେଳେ ଏବେ ତାଙ୍କ ମାଉସୀ ରାନୀଙ୍କୁ ଲାଳନ ପାଳନ କରୁଛନ୍ତି । ଏବେ ରାନୀଙ୍କ ପରିବାର କହିଲେ କେହିନାହିଁ । ପୂର୍ବରୁ ଜେଜେବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ସମସ୍ତଙ୍କୁ ନେଇଗଲା କରୋନା ମହାମାରୀ । ଜୀବନର ରାହା ଖୋଜୁଛନ୍ତି ଏହି ୧୪ ମାସର ଝିଅ ରାନୀ । Advertisement
ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି…
ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ…
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…