ସମସ୍ୟା କୋଭିଡ଼-୧୯ ହସ୍ପିଟାଲ ଭିତରେ କୂଢ କୂଢ ବର୍ଜ୍ୟବସ୍ତୁ – ପରିଚାଳନା ଦାୟିତ୍ଵ ନେଇଥିବା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି Angul OnlineApril 20, 2021April 20, 2021 ଅନୁଗୁଳ – ସାରା ରାଜ୍ୟରେ ଏବେ କୋରନା ବିସ୍ଫୋରକ ରୂପ ନେଇଛି । ଏହି ପର୍ଯ୍ୟାୟରେ ଅନୁଗୁଳ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ତେବେ ପୂର୍ବରୁ ଜିଲ୍ଲାରେ ରାଜ୍ୟ ସରକାର କୋରନା ମୁକାବିଲା କରିବା ପାଇଁ ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ଚିକିତ୍ସାଳୟରେ କୋଭିଡ଼-୧୯ ହସ୍ପିଟାଲ ତିଆରି କରିଥିଲେ । ଏବେ ପୁଣି କରୋନା ବୃଦ୍ଧି ଯୋଗୁଁ ସେଠାରେ ପୁଣି ଥରେ କୋଭିଡ଼ ହସ୍ପିଟାଲ ଚାଲୁ କରିବାକୁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି । ତେବେ ଏହି କୋଭିଡ ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏହି କୋଭିଡ଼ ହସ୍ପିଟାଲ ପରିସରରେ ଏବେ କୂଢ କୂଢ ଆବର୍ଜନା ପଡି ରହିଛି । ଯାହାକୁ ଆଜି ପର୍ଯ୍ୟନ୍ତ ଏହି ସଠିକ ପରିଚାଳନା କରା ଯାଇ ନଥିବା ଅଭିଯୋଗ ହୋଇଛି । ଏହାକୁ ସଠିକ ପରିଚାଳନା ପାଇଁ ଦାୟିତ୍ଵ ନେଇଥିବା ଠିକା ସଂସ୍ଥା ଏହି ବର୍ଜ୍ୟବସ୍ତୁକୁ ଏକ ସ୍ଵତନ୍ତ୍ର ଗାଡିରେ ଏଠାରୁ କଟକ ନେଇ ସେଠାରେ ସଠିକ ଭାବରେ ତାକୁ ନଷ୍ଟ କରିବା କଥା । କିନ୍ତୁ କାହିଁକି କେଜାଣି ଏହି ସବୁ ବର୍ଜ୍ୟବସ୍ତୁକୁ ସମ୍ପୃକ୍ତ ଠିକା ସଂସ୍ଥା ଆଉ ସ୍ଥାନାନ୍ତର କରି ନାହିଁ ଯାହା ଫଳରେ ଡାକ୍ତରଖାନା ବିଏଚଟିରେ ଥିବା ଗଣେଶ୍ଙ୍କ ପ୍ରତିମୂର୍ତ୍ତି ଆଗରେ କୂଢ କୂଢ ଆବର୍ଜନା ପଡି ରହିଛି । ଜାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ଓ ନେହେରୁ ଶତାବ୍ଦୀ ହସ୍ପିଟାଲର ତାଳ ମେଳ ଅଭାବ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । Advertisement
ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ…
୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି…
ବୁଧବାର ଅନୁଗୁଳ ବନ୍ଦ ଅନୁଗୁଳ – ଆସନ୍ତା ୭ ତାରିଖ (ବୁଧବାର) ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ ପ୍ରତିବାଦରେ ବୁଧବାର ଦିନ ୧୨ ଘଣ୍ଟିଆ…