ପ୍ରେମ ପରେ ବିବାହ ଏବଂ ପରେ ପ୍ରତାରଣା ଅଭିଯୋଗ

ଅନୁଗୁଳ – ପ୍ରେମ ନାଁରେ ପ୍ରତାରଣା । ଏମିତି ଏକ ଘଟଣା ଅନୁଗୁଳ ଜିଲ୍ଲାରେ ମଧ୍ୟ ଘଟି ଯାଇଛି । ଦେଢ଼ ବର୍ଷ ହେଲା ଭଲ ପାଇଲେ, ପରେ ଲୁଚିକି ବିବାହ କଲେ । ବିବାହ ପରେ ପ୍ରେମିକାକୁ ଛାଡି ପ୍ରେମିକ ଫେରାର ହୋଇଗଲା । ପ୍ରେମିକା ଗର୍ଭବତୀ ଥିବା ବେଳେ ପ୍ରେମିକଙ୍କୁ ପାଇବା ପାଇଁ ଥାନର ଦ୍ବାରସ୍ଥ ହେଇଛନ୍ତି ପ୍ରେମିକା ।

ସୂଚନା ଅନୁସାରେ ଏହି ଘଟଣାଟି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୁଆହତା ଅଞ୍ଚଳରେ ଘଟିଛି । ଯୁବତୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଥାନା ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳୀପୁରରେ । ଦୁହେଁ ଦୁହିଁଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ । ଯୁବକ ଜଣଙ୍କ ତାଙ୍କୁ ଅନେକ ସମୟରେ ବିବାହ ପ୍ରଲୋଭନ ଦେଖାଉଥିବା ବେଳେ ୧୦ ଦିନ ତଳେ ଏକ ମନ୍ଦିରରେ ବିବାହ କରି ନୂଆହତା ଅଞ୍ଚଳରେ ରହୁଥିଲେ । ଏପରିକି ବିବାହ ପୂର୍ବରୁ ଏବଂ ପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରଖିଥିଲେ । ଯାହା ଫଳରେ ପ୍ରେମିକା ଜଣଙ୍କ ଗର୍ଭବତୀ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ ୨୪ ତାରିଖ ଦିନ ଅନୁଗୁଳ ଯାଉଥିବା କହି ପ୍ରେମିକ ଜଣଙ୍କ ଆଉ ଘରକୁ ଆସି ନାହାନ୍ତି । ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ ସଫଳ ନ ହେବା ପରେ ଯୁବତୀ ଜଣଙ୍କ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *