ମୁଖ୍ୟ ଖବର ବାହାଘର ପାଇଁ ନାରାଜ ହେବାରୁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା Angul OnlineSeptember 14, 2022September 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଣଲୋଇ ଗାଁରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ମନା କରୁ ଥିବାରୁ ଗତ ରାତିରୁ ପ୍ରେମିକା ଆସି ପ୍ରେମିକା ଦୁଆରେ ବସିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠୁଥିଲା । ଦୀର୍ଘ ୪ ରୁ ୫ ବର୍ଷ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଏହା ଭିତରେ ଯୁବତୀ ଙ୍କ ପାଇଁ ଅନ୍ୟଆଡୁ ବାହାଘର ପ୍ରସ୍ତାବ ଆସିଲେ ତାକୁ ପ୍ରଶାନ୍ତ ଭାଙ୍ଗି ଦେଉଥିଲା । ତେବେ ଏବେ ପ୍ରଶାନ୍ତ ଆଉ ଧରା ଛୁଆଁ ଦବୁ ନାହିଁ । ସବୁ ପ୍ରକାର ସମ୍ପର୍କ ରଖିବା ପରେ ବାହାଘର ହେବାକୁ ଏବେ ମନା କରୁଛି । ଏଥିପାଇଁ ଆଜି ଯୁବତୀ ଜଣଙ୍କ ଧାରଣାରେ ବସି ରହିବା ସହ ପ୍ରଶାନ୍ତକୁ ବାହା ହେବାକୁ ଜିଦ ଧରିଛି । ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । Advertisement
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
ଦୁର୍ଘଟଣାରେ ଫାର୍ମାସିଷ୍ଟ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ପିତାବଳି ଛକଠାରେ ପିକଅପ ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୋଟରସାଇକେଲ ଚାଳକଙ୍କର…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…