ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ

ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ

ଛେଣ୍ଡିପଦା  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମାବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଶୃଙ୍ଖଳାର ସହ ରବିବାର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ହେବ କରୋନା ପାଇଁ ଯାତ୍ରା ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ ଯାତ୍ରା ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ତେଣୁ ଯାତ୍ରାରେ ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କ ଆଗମନ ହୋଇଥିବା ଦେଖାଯାଇଥିଲା । ପ୍ରତ୍ୟୁଷରୁ ଗ୍ରାମବାସୀ ଓ ଦେହୁରୀଙ୍କ ସହଯୋଗରେ ଯଥା ରୀତିନୀତି ପରମ୍ପରା ଅନୁଯାୟୀ ପ୍ରଥମେ ମାହିଙ୍ଗୁଳା ମନ୍ଦିର , ବନଦୁର୍ଗା ମନ୍ଦିର , ପଥର ପୁଞ୍ଜି , କାଳୀମନ୍ଦିର , ଜଗନ୍ନାଥ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ମୂର୍ତ୍ତିରେ ପୁଜାର୍ଚ୍ଚନା କରାଯାଇଥିଲା ।  ଯାତ୍ରା ସ୍ଥଳରେ ଭକ୍ତ ମାନଙ୍କ ପାଇଁ ମାଗଣାରେ ପାତ୍ରପଡା ଗ୍ରାମର ତାଳମଣ୍ଡଳୀସାହିର ସତ୍ୟଭାମାପୁର ମାବାୟାଣୀ କ୍ଲବର ସଭ୍ୟ ମାନଙ୍କ ଦ୍ୱାରା ଅନ୍ନ ପ୍ରସାଦ , ଲୋଚନ ସାହୁ , ରବିନ୍ଦ୍ର କୁମାର ଆଚାର୍ଯ୍ୟ ଓ ଅଗସ୍ତି ବେହେରାଙ୍କ ସହଯୋଗରେ ଦିର୍ଘ ୨୦ବର୍ଷ ହେଲା ମୃଦୁପାନୀୟ ଜଳ ଯୋଗାଣ ଓ ସେହିପରି ଅନୁଗୁଳର ଓମ୍ ଶାନ୍ତୀ ଓ ପାତ୍ରପଡା ମାବାୟାଣୀ କ୍ଲବ ମୋହନ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ମୃଦ୍ୟୁ ପାନୀୟ , ଯୁବଗୋଷ୍ଠୀ ଓ ଜିନ୍ଦଲ କମ୍ପାନୀଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ସହ ଗାଡି ପାର୍କିଙ୍ଗ ସୁବିଧା ଯୋଗାଇ ଦିଆଯାଇଥିଲା । ଠାକୁରାଣୀଙ୍କ ସ୍ଥଳରେ ୫୮୦ ଜଣ ମାନସିକ ଧାରୀ ଛୋଟ ପିଲାମାନଙ୍କର ମୁଣ୍ଡନ କରାଯାଇଥିବାବେଳେ ବିଭିନ୍ନ ମାନସିକ ନେଇ ୧୬ଜଣ ଅଧିଆ ପଡିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଚରଣ ମହାନ୍ତୀଙ୍କ ଭଜନ ସମାରେହ ପରିବେଶିତ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଉପରେ କାର୍ଯ୍ୟ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ପୀଠ ସ୍ଥଳକୁ ଏକ ବାଇପାସ ରାସ୍ତା ନିର୍ମାଣ ହୋଇଥିବାରୁ ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ଲାଘବ ହୋଇଥିଲା । ଛେଣ୍ଡିପଦା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

What’s your Reaction?
+1
2
+1
0
+1
0
+1
0
+1
8
+1
0
+1
1

Leave a Reply