ଖେଳ ଓ ଖେଳାଳି ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ Angul OnlineDecember 30, 2022December 30, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ କପ୍ ୨୦୨୨ ର ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣାମେଣ୍ଟ ରେ ସମ୍ମାନିତ ଅତିଥୀ ଭାବେ ତଳଗଡ ସରପଞ୍ଚ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ , ତଳଗଡ ଗ୍ରାମର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରାଣବନ୍ଧୁ ସାହୁ , ଯୁବ ନେତା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଆଜିର ଫାଇନାଲ ମ୍ୟାଚ ଗଡତରାଶ ଓ ଶରଧାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗଡତରାଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୧୦୦ ରନ ସଂଗ୍ରହ କରିଥିଲା । ଜବାବରେ ଶରଧାପୁର ଟିମ ୭୧ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ଏହି ଟୁର୍ଣାମେଣ୍ଟ କୁ ପ୍ରଦ୍ୟୁମ୍ନ ପ୍ରଧାନ , ଶୁଭମ ସାହୁ , ରିଙ୍କୁ ବିଶ୍ବାଳ , ବିଶ୍ବଜିତ ଦେହୁରୀ , କାଳିଆ ସାହୁ , ରାଜେଶ ସାହୁ ତଥା ଯୁବକ ସଂଘର କର୍ମକର୍ତ୍ତା ମାନେ ସଫଳ ଭାବେ ଆୟୋଜନ କରିଥିଲେ । Advertisement
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…
ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି ।…
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…