କୋଭିଡ-୧୯ ସମୟରେ ସହାୟତା ପାଇଁ ଜେଏସ୍‌ପିଏଲ୍‌କୁ ମହତ୍ମା ସମ୍ମାନ -୨୦୨୦

କୋଭିଡ-୧୯ ସମୟରେ ସହାୟତା ପାଇଁ ଜେଏସ୍‌ପିଏଲ୍‌କୁ ମହତ୍ମା ସମ୍ମାନ -୨୦୨୦

ଭୁବନେଶ୍ବର – କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକ ମାନଙ୍କୁ ସହାୟତା କାର୍ଯ୍ୟ ନିମନ୍ତେ ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରଲିଃ (ଜେଏସ୍‌ପିଏଲ୍‌)କୁ ମହାତ୍ମା ସମ୍ମାନ ୨୦୨୦ ପ୍ରଦାନ କାରାଯାଇଛି । ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ୍‌ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌ ସାମାଜିକ ଉପକ୍ରମ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏକ ଦାୟୀତ୍ୱ ସମ୍ପନ୍ନ କମ୍ପାନୀ ଭାବରେ ଆମେ କୋଭିଡ-୧୯ ମହାମାରୀ ସମୟରେ ମିସନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଏହାର ଉଦ୍ଦେଶ୍ୟ ଥିଲା ଯେପରି ଆମ ଚତୁର୍ପାଶ୍ୱରେ କେହି ଖାଲି ପେଟରେ ଶୋଇବେ ନାହିଁ । ତାହା ସହିତ ଏହି କଷ୍ଟକର ସମୟରେ ସ୍ଥାନୀୟ ଲୋକମାନଙ୍କ କିପରି ସେମାନଙ୍କ ରୋଜଗାର ସୁରକ୍ଷିତ ରଖି ପାରିବେ ସେଥି ନିମନ୍ତେ ମଧ୍ୟ ସାହୟତା କରିଥିଲୁ”, ବୋଲି ଶ୍ରୀମତି ଜିନ୍ଦଲ କହିଥିଲେ । ସେ ଏହି ସମ୍ମାନ ନିମନ୍ତେ ଜୁରୀ ସଦସ୍ୟ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଲକ୍‌ଡାଉନ୍‌ ସମୟରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଓଡିଶା , ଛତିଶଗଡ , ଝାଡଖଣ୍ଡ ଏବଂ ନୂଆ ଦିଲ୍ଲୀରେ ପାଞ୍ଚ ଲକ୍ଷରୁ ଅଧିକ ଖାଦ୍ୟ (ମିଲ) ଯୋଗାଇ ଦିଆଯାଇଥିଲା । ଫାଉଣ୍ଡେସନ୍‌ ପ୍ରୋତ୍ସାହିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କ ଦ୍ୱାରା ତିଆରି ହୋଇଥିବା ଦୁଇ ଲକ୍ଷରୁ ଅଧିକ ମାସ୍କ , ସାନିଟାଇଜର, ହ୍ୟାଣ୍ଡୱାସ୍ ମଧ୍ୟ ସ୍ଥାନୀୟ ଜନସାଧାରଣ , ସ୍ୱାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହା ଦ୍ୱାରାଏହି ମହିଳାମାନେ ମଧ୍ୟ ପ୍ରତ୍ୟକ ଦିନ ରୋଜଗାର କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଆଶା ଦ ହୋପ୍‌ କେନ୍ଦ୍ର ଗୁଡିକ ଅନଲାଇନ୍ ଓ ହୋମ୍‌ ଭିଜିଟ୍‌ ମାଧ୍ୟମରେ ତାର ପୁନଃର୍ବାସ ଓ ଥେରାପୀ ସେବା ଜାରୀ ରଖିଥିଲା । ଏହା ସହିତ ବିଭିନ୍ନ କୋଭିଡ କେୟାର ଡାକ୍ତରଖାନାକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ସହିତ , ଜେଏସ୍‌ପିଏଲ୍  ପିଏମ୍‌ କେୟାର ଫଣ୍ଡକୁ ୨୫ କୋଟି ଟଙ୍କାର ସହାୟତା କରିଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶ୍ରୀମତି ଜିନ୍ଦଲ ସିଏସଆର କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ନିମନ୍ତେ ବିଭିନ୍ନ କମ୍ପାନୀକୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । କୋଭିଡ-୧୯ ମହାମାରୀ ସମୟରେ କାର୍ଯ୍ୟ ପାଇଁ ଶ୍ରୀମତି ଶାଲୁ ଜିନ୍ଦଲଙ୍କୁ ନିକଟରେ ଇଣ୍ଡିଆ ସିଏସଆର ଲିଡର ସିପ ସମିତରେ ଇମ୍ପାକ୍ଟ ଲିଡର ସମ୍ମାନ ପ୍ରଦାନ କରାଯାଇ ଥିଲା । ଗତ ବର୍ଷ ମଧ୍ୟ ସିଏସଆର କ୍ଷେତ୍ରରେ ବଳିଷ୍ଠ ନେତୃତ୍ୱ ପାଇଁ ଶ୍ରୀମତି ଜିନ୍ଦଲଙ୍କୁ ମହାତ୍ମା ସମ୍ମାନ ୨୦୧୯ରେ ସମ୍ମାନୀତ କରାଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply