ରାଜନୀତି ଦ୍ଵିତୀୟ ଥର ପାଇଁ ମହେନ୍ଦ୍ର ସଭାପତି , ଦିନେଶ୍ ଯୁବ ବିଜେଡି ସଭାପତି Angul OnlineJanuary 18, 2023January 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସଭାପତି ଚୟନ ନେଇ ବିଜେଡି ଭିତରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମହେନ୍ଦ୍ର ବସ୍ତିଆଙ୍କୁ ବିଜେଡିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଛି । ତେଣୁ ଆସନ୍ତା ସାଧାରଣ ନିର୍ବାଚନ ତାଙ୍କ ନେତୃତ୍ବରେ ଲଢ଼ିବା ନିଶ୍ଚିତ ହୋଇଯାଇଛି । ନିର୍ବାଚନ ଲଢ଼ିବା ପାଇଁ ମହେନ୍ଦ୍ରଙ୍କୁ ନୂଆ ଟିମ୍ ଦିଆଯାଇଥିଲାବେଳେ ପ୍ରଦୀପ କୁମାର ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି । ବିଜେଡି ସଭାପତି ନବୀନ ପଟନାୟକଙ୍କ ଅନୁମୋଦନ ପରେ ବିଜେଡିର ଅନୁଗୋଳ ଜିଲ୍ଲା କମିଟି ଘୋଷଣା କରାଯାଇଛି । ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଏହି କମିଟି ଘୋଷଣା କରିଥିଲା ବେଳେ ଏଥିରେ ୧୦ ଜଣଙ୍କୁ ଉପସଭାପତି କରାଯାଇଛି । ୭ ଜଣଙ୍କୁ ସାଧାରଣ ସଂପାଦକ ଓ ୨୧ ଜଣଙ୍କୁ ସଂପାଦକ ଭାବେ ଦାୟିତ୍ୱ ଦେଇଛି ଦଳ । ତାଳଚେରର ବାନାମ୍ବର ଭୁତିଆଙ୍କୁ କୋଷାଧ୍ୟକ୍ଷ କରାଯାଇଛି । ଜିଲ୍ଲା କମିଟି ଠିକ୍ ଭାବେ କାମ କରିବା ପାଇଁ ଏଥର ଏକ ଉପଦେଷ୍ଟା ମଣ୍ଡଳି ଗଠନ କରାଯାଇଛି । ଦଳର ବରିଷ୍ଠ ନେତାଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ସଫଳତା ପାଇଁ ମହେନ୍ଦ୍ର ବସ୍ତିଆଙ୍କୁ ଦଳ ପୁଣି ଥରେ ଭରସା କରିଥିବା ଅନୁମାନ କରାଯାଉଛି । ସେହିଭଳି ଯୁବ ବିଜେଡି ତା’ର ନୂଆ ଟିମ୍ ଗଠନ କରିଛି । ପୂର୍ବରୁ ସଭାପତି ଭାବେ ଦିନେଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲାବେଳେ ଆଜି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ଏକ ବଡ଼ ଓ ସନ୍ତୁଳିତ ଟିମ୍ ବାଛିଛି ଦଳ । ଏହି ଟିମ୍ରେ ୧୪ ଜଣ ଉପ ସଭାପତି , ୧୫ ଜଣ ସାଧାରଣ ସମ୍ପାଦକ , ୩୧ ଜଣ ସମ୍ପାଦକ , ଜଣେ ଆଇଟି ସଂଯୋଜକ , ୫ ଜଣ ନିର୍ବାଚନ ମଣ୍ଡଳୀ ସଭାପତି ଓ ୫ ଜଣ ନିର୍ବାଚନ ମଣ୍ଡଳୀ ଆଇଟି ସଂଯୋଜକଙ୍କୁ ସ୍ଥାନ ଦିଆଯାଇଛି । ଏହା ସହିତ ବିଭିନ୍ନ ବ୍ଲକ୍ ଓ ନଗର ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ସେହିପରି ପ୍ରତି ବିଧାନସଭା କ୍ଷେତ୍ର ପାଇଁ ଜଣେ ଲେଖାଏଁ ସଭାପତିଙ୍କୁ ଦାୟିତ୍ବ ଦିଆଯାଇଛି । ଅନୁଗୋଳ ଯୁବ ବିଜେଡି ସଭାପତି ଭାବେ ଦିନେଶ ପ୍ରଧାନଙ୍କ ନାମ ଆଗରୁ ଘୋଷଣା ହୋଇଥିଲା । କିନ୍ତୁ ତାଙ୍କୁ ନୂଆ ଟିମ୍ ମିଳି ନ ଥିଲା । ସାଂସଦ , ବିଧାୟକ ଓ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବା ପରେ ଦିନେଶ ତାଙ୍କ ନୂଆ ଟିମ୍ ବାଛିଛନ୍ତି । ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରତାପ ଜେନା , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି , ସାଧାରଣ ସମ୍ପାଦକ ( ଯୁବ ବ୍ୟାପାର ) ପ୍ରଣବ ବଳବନ୍ତରାୟଙ୍କ ସହମତି କ୍ରମେ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାଏ ଏହି କମିଟିକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ଯୁବ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏହି କମିଟି କାମ କରିବ ବୋଲି ବୋଲି ସଭାପତି ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି । ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । Advertisement
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
କଂଗ୍ରେସରେ ସାମିଲ ହେଲେ ନଗେନ୍ଦ୍ର – ହୋଇ ପାରନ୍ତି ସାଂସଦ ପ୍ରାର୍ଥୀ ଅନୁଗୁଳ – ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିଛି ଜୋରଦାର ଝଟକା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ…