ଅପରାଧ ଚୋରା ମହୁଲ ଜବତ – ଜଣେ ଗିରଫ Angul OnlineApril 23, 2021April 24, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ । ଗାଁର ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତି ଘରେ ମହୁଲ ଫୁଲ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଅନୁଗୁଳ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦେଶକ୍ରମେ ଡି.ଏସ.ପି. ନିନା ବେୱରା ଓ ଇନ୍ସପେକ୍ଟର ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ ଚଢାଉ କରି ରତ୍ନାକରଙ୍କ ଘରୁ ୧୬୦ କୁଇଣ୍ଟାଲ ମହୁଲ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁଆହାଯାଇଛି । ରତ୍ନାକର ଏହି ମହୁଲ ମହଜୁଦ ରଖି ପରେ ଚୋରାରେ ବିକ୍ରି କରିବାକୁ ମସୁଧା ଚଳାଇଥିଲା । ରତ୍ନାକରଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…