ସମସ୍ୟା ମୈତ୍ରୀ କମ୍ପାନୀ ଇଡି ଓ କର୍ମଚାରୀ ଗ୍ରାମବାସୀଙ୍କ ଦ୍ଵାରା ଅଟକ Angul OnlineSeptember 28, 2022September 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋପୀବଲ୍ଲଭପୁର ଗ୍ରାମବାସୀ ମାନେ ବୁଧବାର ଦିନ ମୈତ୍ରୀ କମ୍ପାନୀର ଇଡି ସତ୍ୟନାରାୟଣ , ଫିଲ୍ଡଅଫିସର କୈଳାସ ଚନ୍ଦ୍ର ସାହୁ, କମ୍ପାନୀର କିଛି କର୍ମଚାରୀଙ୍କୁ ଅଟକ ରଖିବା ସହିତ ସହିତ ସେମାନେ ଆଣିଥିବା ଗଛ କଟା ମେସିନକୁ ଜବତ କରିଥିଲେ । ଘଟଣାରୁ ପ୍ରକାଶ ଗୋପୀବଲ୍ଲଭପୁର ( ନାଣ୍ଡିଛୋଡ)ଗ୍ରାମରେ ନାଲକୋର କୋଇଲା ଉତ୍ତୋଳନ ପାଇଁ ମୈତ୍ରୀ ନାମକ ଏକ କମ୍ପାନୀ ଠିକା ନେଇଛି। ବୁଧବାର ଦିନ କମ୍ପାନୀର ଇଡି ସତ୍ୟନାରାୟଣ, ଫିଲ୍ଡ ଅଫିସର କୈଳାସ ଚନ୍ଦ୍ର ସାହୁ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ଗ୍ରାମ ମୁଣ୍ଡରେ ଥିବା ଏକ ବଡ଼ ଶାଳ ଗଛକୁ ମେସିନ୍ ସାହାଯ୍ୟରେ କାଟୁ ଥିବା ବେଳେ ଗ୍ରାମବାସୀ ମାନେ ସେମାନଙ୍କୁ ଘେରି ଯାଇ ଥିଲେ । ଇଡି,ଫିଲ୍ଡ ଅଫିସରଙ୍କ ସହିତ ଆସିଥିବା କର୍ମଚାରୀ ମାନଙ୍କୁ ଗ୍ରାମର ଗ୍ରାମ ଦେବତୀ ପୀଠ ପାଖକୁ ନେଇ ଅଟକ ରଖିଥିଲେ । ପ୍ରତିଶୃତି ଦେଇ ପ୍ରତାରଣା କରି ଗଛ କାଟୁ ଥିବାକୁ ବିରୋଧ କରିବା ସହ ୩ ଘଣ୍ଟା ଧରି କର୍ମଚାରୀ ମାନେ ଅଟକ ରହିଥିଲେ । ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ପର୍ଯ୍ୟନ୍ତ କମ୍ପାନୀ କର୍ମଚାରୀ ଗ୍ରାମ ଭିତରେ ପଶି ପାରିବେ ନାହିଁ, ସର୍ଭେ କାର୍ଯ୍ୟ କରିବେ ନାହିଁ ଏବଂ ଗ୍ରାମରୁ କୌଣସି ଗଛ କଟାଯିବ ନାହିଁ ବୋଲି ଇଡି ସତ୍ୟ ନାରାୟଣ ଗ୍ରାମବାସୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ କମ୍ପାନୀର କର୍ମଚାରୀ ମାନଙ୍କୁ ଛାଡ଼ି ଥିଲେ । Advertisement
ପରିବିକ୍ଷଣ ଗୃହରେ ହେବ କୋଭିଡ କେୟାର ସେଣ୍ଟର ଅନୁଗୁଳ – ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ କରୋନା ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ସ୍ଵତନ୍ତ୍ର ଗୃହ…
ବିଶ୍ୱ ପରିବେଶ ଦିବସ ପାଇଁ ଗଛ ଲଗାଇ ୧୦ ଦିନ ପରେ ଉପାଡ଼ିଦେଲେ ଅନୁଗୋଳ – ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ । ଦୁଇ ସପ୍ତାହେ ଯାଇ ନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାରାକୁ ବୁଲଡୋଜର ଲାଗାଇ ଉପାଡ଼ିଦେଲେ ।…
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ – ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଅନୁଗୋଳ – ଅନୁଗୋଳ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଅଂଚଳ 45ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ଯୋଗୁଁ…